-
ସୁରକ୍ଷାକୁ କଡାକଡି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପର,
-
ଏନଏସଜିର ୩ଜଣିଆ ଟିମ୍ ସୁରକ୍ଷା ବ୍ୟବସ୍ଥା କଲେ ଯାଞ୍ଚ,
ଓଡିଶାର ଐତିହ୍ୟ ଓ ସଂସ୍କୃତି ଉପରେ ଲୋଲୁପ ଦୃଷ୍ଟି ପଡିଛି ସନ୍ତ୍ରାସବାଦୀ ସଂଗଠନର । ମନ୍ଦିର ମାଳୀନି ଭୁବନେଶ୍ୱର ହେଉ କିମ୍ବା ପୃଥିବୀ ସପ୍ତାଶର୍ଯ୍ୟ କୋଣାର୍କର ସୂର୍ଯ୍ୟ ମନ୍ଦର କିମ୍ବା ବିଶ୍ୱନିୟନ୍ତା ଜଗନ୍ନାଥଙ୍କ ଶ୍ରୀମନ୍ଦିର । ଏହାର ସୁରକ୍ଷାକୁ କଡାକଡି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତତତ୍ପର ହୋଇଉଠିଛନ୍ତି । ତାହାର ଅଂଶ ସ୍ୱରୂପ ଦୀର୍ଘ ଦୁଇଦିନ ଧରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଓ ପୁରୀର ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି ଏନ.ଏସ.ଜି ଟିମ ।ଏହାର ଅଂଶ ସ୍ୱରୂପ ଆଜି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇଲା ଏନଏସଜି ଟିମ୍, ସୁରକ୍ଷା ବ୍ୟବସ୍ଥାର କଲା ଯାଞ୍ଚ । ଏପରିକି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏନଏସଜି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯାଉଛି । ଆଜି ଭୋର ସମୟରେ ଏନଏସଜିର ୩ଜଣିଆ ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଆସିଷ୍ଟାଂଟ କମାଣ୍ଡାଂଟ କୌଶିକ ନାୟକ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ସମ୍ପର୍କରେ ଏନଏସଜି ଟିମକୁ ଅବଗତ କରାଇଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ନେଇ କିଭଳି ବ୍ୟବସ୍ଥା କରାଯାଇଛି, ଆଗକୁ ପ୍ରାଚୀର ନିର୍ମାଣ ହେଲେ କିଭଳି ବ୍ୟବସ୍ଥା ରହିବ ତା ଉପରେ ଆଲୋଚନା କରାଯାଇଛି ।