ବୁଧବାର ପୂର୍ବାହ୍ନ ଘ.୧୦.୩୦ ସମୟରେ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ କୋଭିଡ-୧୯ ଟିକା କରଣର ଶୁଭାରମ୍ଭ ନିମନ୍ତେ ଆୟୋଜିତ ଶିବିରକୁ ଆନୁଷ୍ଠାନିକ ଭାବେ ପୁରୀ ଜିଲ୍ଲାପାଳ ସାର୍ଥକ ବର୍ମା ଉଦଘାଟନ କରିଥିଲେ | ଏହି ଉଦଘାଟନ ସମାରୋହରେ ସି.ଡି.ଏମ.ଓ /ପି.ଏଚ.ଓ ,ଡକ୍ଟର. ସୁଜାତା ମିଶ୍ର ,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଶ୍ରୀଯୁକ୍ତ ଅଜୟ କୁମାର ଜେନା,ପ୍ରଶାସକ ନୀତି, ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ , ସ୍ୱତନ୍ତ୍ର ପଦାଧିକାରୀ,ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ପାଢ଼ୀ , ଶ୍ରୀମନ୍ଦିର ପରିଚାଳନା କମିଟି ସଦଶ୍ୟ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର , ଶ୍ରୀ ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ ,ଶ୍ରୀ ମାଧବ ଚନ୍ଦ୍ର ମହାପାତ୍ର ,ଶ୍ରୀ ଅନନ୍ତ ତିଆଡ଼ି ଏବଂ ଛାତିସା ନିଯୋଗ ନାୟକ ପାଟ୍ଟଯୋଶୀ ମହାପାତ୍ର ଙ୍କ ସମେତ ସମସ୍ତ ନିଯୋଗର କର୍ମକର୍ତ୍ତା ଏବଂ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।
ଆଜି ମୋଟ ୭୧ ଜଣ ସେବାୟତଙ୍କୁ କୋଭିଡ..୧୯ ଟିକାକରଣ କରାଯାଇଛି |୬୦ ବର୍ଷ ରୁ ଉର୍ଦ୍ଧ..୪୭ ଜଣ ଏବଂ ୬୦ ବର୍ଷ ରୁ କମ..୨୪ ଜଣ ଏହି ଟିକା ନେଇଛନ୍ତି । ଏହି ଶିବିରକୁ ଡକ୍ଟର.ବସନ୍ତ କୁମାର ମିଶ୍ର ,ସହକାରୀ ପ୍ରୋଜେକ୍ଟ ମ୍ୟାନେଜର ଏନ.ଏଚ.ଏମ.ସନ୍ତୋଷ କୁମାର ମିଶ୍ର , ଡ଼ି. ଏମ.ଆର.ସି. ଏଚ , ପ୍ରଶାନ୍ତ କୁମାର ବରାଳ, ଶ୍ରୀ ରଣଜିତ ସ୍ୱାଇଁ, ପ୍ରୋଜେକ୍ଟ ମ୍ୟାନେଜର, ଏବଂ ଭ୍ୟାକ୍ସିନେସନ ଟିମ ର ଶ୍ରୀ କଳ୍ପତରୁ ମିଶ୍ର , ଶ୍ରୀ ଜଗନ୍ନାଥ ସାହୁ ପରିଚାଳନା କରିଥିଲେ |ମୁଖ୍ୟ ପ୍ରଶାସକ ଏହି ଟିକାକରଣ ଶିବିରକୁ ପରିଦର୍ଶନରେ ଯାଇ ସମସ୍ତ ବ୍ୟବସ୍ଥାର ତଦାରଖ କରିବାସହ ଟିକା ନେଉଥିବା ସେବାୟତ ମାନଙ୍କୁ ଉତ୍ସାହିତ କରିଥିଲେ ।