ଭୁବନେଶ୍ୱର, ୨୦୨୦ ମସିହାରେ ୧୦୦ଟି ଉଚ୍ଚବିଦ୍ୟାଳୟକୁ ଉତ୍କର୍ଷତା କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ଉକ୍ତ ବିଦ୍ୟାଳୟ ଗୁଡିକର ଭିତିଭୂମି ଓ ମାନବ ସମ୍ବଳର ଆବଶ୍ୟକତାକୁ ଆକଳନ କରି ଏଗୁଡିକୁ ପୂରଣ କରିବାପାଇଁ ପଦକ୍ଷେପ ନିଆଯାଉଛି । ଏହି ବିଦ୍ୟାଳୟ ଗୁଡିକୁ ପରବର୍ତୀ ସମୟରେ ଅନ୍ୟ ଓଡିଆ ମାଧ୍ୟମ ବିଦ୍ୟାଳୟଗୁଡିକ ପାଇଁ ଆଦର୍ଶ ଭାବରେ ପ୍ରସ୍ତୁତ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାୟକ ମୋହନ ଚରଣ ମାଝୀଙ୍କର ଆଦର୍ଶ ବିଦ୍ୟାଳୟ ଗଠନ ସମ୍ପର୍କିତ ତାରକା ଚିହ୍ନିତ ପ୍ରଶ୍ନର ଉତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହା କହିଛନ୍ତି ।