
ପୁରୀ, କୋଣାର୍କ ରାସ୍ତାର ବାଲୁଖଣ୍ଡ ଅଭୟାରଣ୍ୟ ନୂଆ ନଈ ନିକଟ ସୈକତ ନିବାସ ନିକଟରେ ଆଜି ସକାଳେ କାର୍ ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପେଣ୍ଠକଟା ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ନାମ ହେଉଛି ରମେଶ ଚନ୍ଦ୍ର ସ୍ୱାଇଁ (୫୭) । ତାଙ୍କ ଘର ପେଣ୍ଠକଟା ଥାନା ଅନ୍ତର୍ଗତ ବାଲିଗୁଆଳି ଗ୍ରାମରେ ବୋଲି ଜଣାପଡିଛି । ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।