ରାଉରକେଲା -ରାଉରକେଲା ସହରକୁ ୨୦୧୫ ମସିହାରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ନିଜ ଭାଷଣରେ କହିଥିବା କଥାକୁ ପୂରଣ ନକରାଯାଇ କେବଳ ନାମକୁ ମାତ୍ର ସୁପର ସ୍ପେସାଲ ଡାକ୍ତରଖାନା କରାଯାଇ ରାଷ୍ଟ୍ରପତିଙ୍କ ଦ୍ୱାରା ଏହାକୁ ଆସନ୍ତା ୨୧ ତାରିଖରେ ଉଦଘାଟନ କରାଜିବାକୁ ନେଇ ହେଉଥିବା ଉଦ୍ୟମକୁ ଉଭୟ ବିଜେଡି, କଂଗ୍ରେସ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରିଥିବା ବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ପଲିଟିକାଲ ରୂପ ଦିଆନଯାଉ ବୋଲି ବିଜେପି କହିଛି । ଏହାରି ଭିତରେ ଖୋଦ୍ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏଭଳି କାରବାରକୁ ରାଉରକେଲା ବାସୀଙ୍କ ସହ ବିଶ୍ୱାସ ଘାତକତା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦର୍ଶାଇଛନ୍ତି । ଏହାରି ଭିତରେ ମହାମାନ୍ୟ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ ଏକ ପ୍ରକାର ବିବାଦୀୟ ଓ ପଲିଟିକାଲ ରୂପ ନେଇଛି । ରାଉରକେଲା ବାସୀଙ୍କୁ ୨୦୧୫ ମସିହାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭେଟି ଦେଇ କହିଥିଲେ ଯେ, ସ୍ଥାନୀୟ ଆଇଜିଏଚକୁ ସୁପର ସ୍ପେସାଲ ଡାକ୍ତରଖାନା କରାଜିବା ସହ ସେଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଜିବ । ତେବେ ଏହାରି ଭିତରେ ୩ ବର୍ଷ ଅତିବାହିତ ହୋଇ୍ଯାଇଥିଲେ ବି ତାହା ହୋଇ ନଥିବା ବେଳେ ଏକ ବର୍ଷ ତଳେ ସୁପର ସ୍ପେସାଲ ଡାକ୍ତରଖାନା ନିର୍ମାଣ ଆରମ୍ଭ ହୋଇଥିଲା । ତେବେ ୨୦୦ ଶଜ୍ୟା ବିଶିଷ୍ଟ ଡାକ୍ତରଖାନା ସିନା ହେଲା, ସେଠାରେ ନେଫ୍ରୋଲୋଜି, କ୍ୟାନ୍ସର, ନ୍ୟୁରୋଲୋଜି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ନଥିବା ଖବର ରାଉରକେଲା ବାସୀଙ୍କୁ ନିରାଶ କରିଛି । ଏହାରି ଭିତରେ କଂଗ୍ରେସ,ଏଭଳି କାର୍ଯ୍ୟକ୍ରମକୁ କଡ଼ା ସମାଲୋଚନା କରିଥିବା ବେଲେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଏଭଳି ପ୍ରକଳ୍ପକୁ ଉଦଘାଟନ କରାଯାଇ ସେହି ପଦବୀର ଗାରିମାକୁ ନଷ୍ଟ ନକରାଯାଉ ବୋଲି କୁହାଯାଇଛି । ସେହିଭଳି ଏହି ବିବାଦୀୟ ପ୍ରକଳ୍ପକୁ ନେଇ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ ମଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠିଲେଖି କହିଛନ୍ତି ଯେ, ଏଭଳି ବଷୟକୁ ଗୁରୁତର ସହ ନେବା ଉଚିତ । ପ୍ରଧାନ ମନ୍ତ୍ରୀ କହିଥିବା ମେଡିକାଲ କଲେଜ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି, ନଚେତ ଏହା ଜିଲ୍ଲା ବାସୀଙ୍କ ଓ ଆଦିବାସୀ ମାନଙ୍କ ସହ ବିଶ୍ୱାସ ଘାତକାତା ସଦୃଶ ହୋଇଜିବ, ତେଣୁ ଲୋକଙ୍କ ଆଶା ଆଶଙ୍କାକୁ ପୁରଣ ଲାଗି ସେ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ଲାଗି ମତ ଦେଇଛନ୍ତି । ସେପଟେ ବିଭନ୍ନ ଶ୍ରମିକ ସଂଗଠନ ଏଭଳି ତରବରିଆ ଭାବେ ଏକ ଅସମ୍ପୂର୍ଣ୍ଣ ପ୍ରକଳ୍ପର ଉଦଘାଟନୀ ଲାଗି ବିକଳ ହେବା ଭଳି ପରିସ୍ଥିତିକୁ ନାପସନ୍ଦ କରାଯାଇଛି । ଅନେକ ସଂଗଠନ ସମେତ ନାଗରୀକ ସଂଗଠନ ମଧ୍ୟ ଏହାକୁ ବିରୋଧ କରିଛି । ସେପଟେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସାରଦା ପ୍ରସାଦ ନାୟକ ଏଭଳି କାର୍ଯ୍ୟକ୍ରମକୁ ନାପସନ୍ଦ କରିବା ସହ ପୁଣି ସେହି ଦିନର କଥାକୁ ପ୍ରଧାନ ମନ୍ତ୍ରୀଙ୍କୁ ମନେପକାଇଛନ୍ତି । ସେ କହିଛନ୍ତି ଯାହା ଲୋକଙ୍କୁ କହିଥିଲେ ତାହା ପୁରଣ କରାଯାଉ, ସେମାନେ ରାଷ୍ଟ୍ରପତିଙ୍କ ଗସ୍ତକୁ ବିରୋଧ କରୁନାହନ୍ତି କିନ୍ତୁ ସବୁକିଛି ସ୍ପଷ୍ଟ ଭାବେ ହେବା ଉଚିତ । ତା ଛଡା ଏତେ ବଡ ଅନୁଷ୍ଠାନକୁ ସିବିଆଇରେ ଛନ୍ଦି ହୋଇଥିବା ଜଣେ ଅଧିକାରୀଙ୍କୁ ଚଳାଇବା ଲାଗି ରଖାଜିବା ଦୁର୍ଭାଗ୍ୟଜନକ ବୋଲି ସେ କହିବା ସହ ଏହାକୁ କିଏ ଚଳାଇବ ସେଲ, ନା ଏମ୍ସ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ବର୍ତମାନ ଥିବା ଆଇଜିଏଚରେ ଡାକ୍ତର ସଂଖ୍ୟା ଅତି ନଗଣ୍ୟ ଥିବା ବେଳେ , ଏଠାରେ ସାଧାରଣ ମେଡିସିନ ମଧ୍ୟ ମିଳୁ ନାହିଁ । ଶ୍ରମିକ ମାନଙ୍କର ସ୍ୱସ୍ଥ୍ୟଗତ ସମସ୍ୟା ଲାଗି ସେମାନଙ୍କୁ ବାହାରକୁ ଜିବାକୁ ପଡୁଛି , ଏତିକି ବେଳେ ଏଭଳି ଅସମ୍ପୂର୍ଣ୍ଣ ଅନୁଷ୍ଠାନ ଲୋକଙ୍କର କେଉଁ କାମରେ ଆସିବ ବୋଲି ପ୍ରଶ୍ନ ହେଉଛି ।