i.ଘରୋଇ ଭାବେ ଉତ୍ପାଦିତ ଲୌହ ଓ ଇସ୍ପାତ ଉତ୍ପାଦ (ଡିଏମଆଇ ଏଣ୍ଡ ଏସପି) ନୀତି ପ୍ରବର୍ତ୍ତନ କରାଯାଇଛି ଯାହାର ଉଦ୍ଦେଶ୍ୟ ହେଲା ଘରୋଇ ଭାବେ ଉତ୍ପାଦିତ ଇସ୍ପାତ ଉତ୍ପାଦନ ଏବଂ ଉପଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ।
ii.ଷ୍ଟିଲ ସ୍କ୍ରାପ ନୀତି ପ୍ରବର୍ତ୍ତନ ଦ୍ୱାରା ଘରୋଇ ଭାବେ ସୃଷ୍ଟ ସ୍କ୍ରାପ୍ ଉପଲବ୍ଧତା ବୃଦ୍ଧି ପାଇବ ।
iii.ଗୁଣାତ୍ମକ ଷ୍ଟିଲ ନିୟନ୍ତ୍ରଣ ଆଦେଶନାମା ଜାରି ଦ୍ୱାରା ଅଣ-ମାନଯୁକ୍ତ ଷ୍ଟିଲ ଉତ୍ପାଦନ ଓ ଆମଦାନିକୁ ନିୟନ୍ତ୍ରଣ କରାଯିବ ।
iv.ଇସ୍ପାତ ଆମଦାନୀ ନିମନ୍ତେ ଅତ୍ୟାଧୁନିକ ପଂଜୀକରଣ ପାଇଁ ଷ୍ଟିଲ ଆମଦାନି ମନିଟରିଂ ସିଷ୍ଟମ୍ (ଏସଆଇଏମଏସ) କାର୍ଯ୍ୟକାରୀ କରାଯାଉଛି ।
v.ବିଭିନ୍ନ ହିତଧାରକ ଯେଉଁମାନଙ୍କ ମଧ୍ୟରେ ଶିଳ୍ପ ସଂଘ ଏବଂ ଦେଶର ଅଗ୍ରଣୀ ଘରୋଇ ଇସ୍ପାତ ଶିଳ୍ପ ସଂସ୍ଥା ସାମିଲ, ସେମାନଙ୍କ ସହିତ ଆଲୋଚନା କରାଯାଇ ଏହି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାବଳୀର ଆଲୋଚନା କରାଯାଇ ସେସବୁକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ସଂପୃକ୍ତ ମନ୍ତ୍ରଣାଳୟ/ ବିଭାଗ ଦ୍ୱାରା ସମାଧାନ କରାଯିବ ।
vi.ବିଭିନ୍ନ ହିତଧାରକ ଯେଉଁଥିରେ ରେଳବାଇ, ପ୍ରତିରକ୍ଷା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ, ଗୃହନିର୍ମାଣ, ବେସାମରିକ ବିମାନ ଚଳାଚଳ, ସଡ଼କ ପହିବହନ ଓ ରାଜମାର୍ଗ, କୃଷି ଓ ଗ୍ରାମାଞ୍ଚଳ ବିକାଶ ଭଳି ମନ୍ତ୍ରଣାଳୟ, ବିଭାଗ ସାମିଲ ସେମାନଙ୍କ ସହ ଆଲୋଚନା କରାଯାଇ ଦେଶରେ ଇସ୍ପାତର ସାମଗ୍ରିକ ଚାହିଦା ବୃଦ୍ଧି ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।
vii. ସରକାରଙ୍କ ଦ୍ୱାରା ନିକଟରେ ଘୋଷିତ ଉତ୍ପାଦନ ସଂଲଗ୍ନ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଅଧୀନରେ ‘ସ୍ୱତନ୍ତ୍ର ଇସ୍ପାତ’କୁ ସାମିଲ କରାଯିବ ।
viii.ବିଭିନ୍ନ ଯୋଜନା ଯାହାକି ଭିନ୍ନ ଭିନ୍ନ ସମୟରେ ବିଜ୍ଞପିତ କରାଯାଇଛି ଓ ସେଥିରେ ରପ୍ତାନୀ ଭିତ୍ତିକ ଉତ୍ପାଦନ ନିମନ୍ତେ ବ୍ୟବହୃତ ସାମଗ୍ରୀ ସକାଶେ ଟିକସ ଓ ଉପକର ଯଥା ‘ଡ୍ୟୁଟି ଡ୍ରବ୍ୟାକ୍ ଯୋଜନା’ ଓ ‘ଆଡ଼ଭାନ୍ସଡ଼୍ ଅଥରାଇଜେସନ୍ ଯୋଜନା’ ଇତ୍ୟାଦି ଫେରସ୍ତ ଓ ଛାଡ଼ ଲାଗି ପ୍ରତିଶ୍ରୁତି ପ୍ରଦାନ କରାଯାଇଛି ତାହା ରପ୍ତାନୀଯୋଗ୍ୟ ସାମଗ୍ରୀର ପ୍ରତିଦ୍ୱନ୍ଦ୍ୱୀ ମୂଲ୍ୟ ନିର୍ଦ୍ଧାରଣରେ ସହାୟକ ହେବ ।
କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି ।