
ଭଦ୍ରକ- ଜମିବାଡି ବିବାଦ ଭଳି ପୂର୍ବ ଶତ୍ରୁତାକୁ ନେଇ ବଡଭାଇର ଭୁଜାଲି ଚୋଟରେ ସାନଭାଇର ମୃତୁ୍ୟ ଘଟିଛି। ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟକୁ ଆସିଥିବା ସାନଭାଇର ମୃତୁ୍ୟ ଚିକିସôାଧୀନ ଅବସ୍ଥାରେ ହó ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଅବିଭକ୍ତ ବାଲେଶ୍ବର ଜିଲା ସିମୁଳିଆ ଥାନା ଅଧୀନସ୍ଥ ବରଦା ପଂଚାୟତର ବିଷ୍ଣୁପୁର ଗ୍ରାମନିବାସୀ ବଡଭାଇ କୈଳାସ ମାଝୀ ଓ ସାନଭାଇ ସୁରେଶ ମାଝୀଙ୍କ ମଧ୍ଯରେ ଘର ଜାଗାବାଡିକୁ ନେଇ ଗଣ୍ଡଗୋଳ ହୋଇଥିଲା। ସାନଭାଇ ସୁରେଶର ଆବାସ େଯାଜନାରେ ଗୃହ ମଂଜୁର ହୋଇଥିବାବେଳେ ସେ ଘର କରିବା ପାଇଁ ଜାଗା ଚିହ୍ନଟ କରୁଥିବାବେଳେ ଉକ୍ତ ବିଷୟକୁ ନେଇ ଦୁଇଭାଇଙ୍କ ମଧ୍ଯରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉ୍ୟକ୍ତ ହୋଇ ବଡଭାଇ କୈଳାସ ଏକ ଭୁଜାଲି ଦ୍ବାରା ସାନଭାଇ ସୁରେଶକୁ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁରେଶକୁ ଗ୍ରାମାବାସୀମାନେ ଭଦ୍ରକ ଡାକ୍ତରଖାନାକୁ ଆଣିଥିଲେ ମଧ୍ଯ ଚିକିସôାଧୀନ ଅବସ୍ଥାରେ ସୁରେଶର ମୃତୁ୍ୟ ହୋଇଥିଲା। ଏହି ଘଟଣାରେ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଚାଲୁଥିବାର ଜଣାପଡିଛି।