
ଗଞ୍ଜାମ, ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ସାରା ଦେଶରେ ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ଚାଲିଥିବା ଧର୍ମଘଟ ଆଜି ଦ୍ୱିତୀୟ ଦିନରେ ପହଂଚିଛି । ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ୟାଙ୍କ ଏହି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି । ବ୍ୟାଙ୍କ କର୍ମଚାରୀଙ୍କ ଏହି ଦୁଇଦିନିଆ ଧର୍ମଘଟ ଯୋଗୁଁ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଫଳରେ ଗ୍ରାହକ ମାନେ ଟଙ୍କା ନେଣଦେଣ କାର୍ଯ୍ୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ଆଜିକୁ ମିଶାଇ ବ୍ୟାଙ୍କ ୪ ଦିନ ଧରି ବନ୍ଦ ରହିଥିବାରୁ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।