ସୂଚନା ଅନୁଯାୟୀ, ଘଟଣା ଦିନ ସଂନ୍ଧ୍ୟା ୭ଟା ସମୟରେ ହିନ ତାଙ୍କ ଗୋଷ୍ଠୀ ଗାଁ ଛକ ନିକଟରେ ଏକ । ଦୋକାନରେ ବସିଥିଲେ । ଏହି ସମୟରେ କେ. ବାଲାରାମ ରେଡ୍ଡୀ, ତାଙ୍କ ଭାଇ କେ. ସଚିନ, କେ. ଜେସନ ରେଡ୍ଡୀ, ସନିଆ ନାହାକ, କାଳିଆ ନାହକ, ଶ୍ରୀକାନ୍ତ ନାହକ ଆସି ହିନଙ୍କ ଉପରକୁ ଅତି ନିକଟରୁ ଗୁଳି ଚାଇବା ସହ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ଗୁଳିମାଡ଼ରେ କେ. ବାଲାରାମ ରେଡ୍ଡୀ ଆହତ ହେବା ସହ ଅନ୍ୟ ୩ ଜଣ ମଧ୍ୟ ଆହତ ହୋଇଥିଲେ । ଏନେଇ ଶିବାନୀ ପ୍ରଧାନ ଓ ସୋନାଲି ରେଡ୍ଡୀ ଗୋଷାଣୀ ନୂଆଗାଁ ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏନେଇ ଥାନା କେସ୍ ନଂ ୩୭/୨ ୧ ଓ ୩୮/୨୧ ରେ ଅଭିଯୋଗରେ ପୃଥକ୍ ପୃଥକ୍ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା । ପୋଲିସ ପକ୍ଷ ରୁ ମାମଲାରେ ଉଭୟ ପକ୍ଷର ୧୦ ଜଣଙ୍କୁ ଗିରଫ କରାଯାଇଛି । ଏ ସମ୍ପର୍କରେ ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
Related Stories
November 24, 2024
November 24, 2024