ନୂଆଦିଲ୍ଲୀ, ଭାରତରେ ବିଶ୍ୱର ବୃହତ ଟିକାକରଣ ଅଭିଯାନ ଚାଲିଛି । ଦେଶରେ ପ୍ରାୟ ୩ କୋଟି ଡୋଜ୍ ଟିକା ଦିଆଗଲାଣି । ଆଜି ସକାଳ ୭ଟା ସୁଦ୍ଧ ମିଳିଥିବା ତଥ୍ୟ ଅନୁଯାୟୀ, ୫,୧୦,୪୦୦ ସେସନରେ ମୋଟ ୨,୯୭,୩୮,୪୦୯ ଡୋଜ୍ ଟିକା ଦିଆଯାଇଛି ।ଏହା ମଧ୍ୟରେ ଅଛି ୭୩,୪୭,୮୯୫ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୪୨,୯୫,୨୦୧ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୩,୩୨,୬୪୧ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍), ୧୧,୩୫,୫୭୩ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୧୪,୪୦,୦୯୨ ଜଣ ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ହିତାଧିକାରୀ (ପ୍ରଥମ ଡୋଜ୍) ଏବଂ ୬୦ ବର୍ଷରୁ ଅଧିକ ବୟସର ୮୧,୮୭,୦୦୭ ଜଣ ହିତାଧିକାରୀ ।ଟିକାକରଣ ଅଭିଯାନର ୫୭ତମ ଦିବସ (୧୩, ମାର୍ଚ୍ଚ ୨୦୨୧)ରେ ୧୫ ଲକ୍ଷ (୧୫,୧୯,୯୫୨)ରୁ ଅଧିକ ଟିକା ଦିଆଯାଇଛି । ଏଥି ମଧ୍ୟରୁ ୨୪, ୦୮୬ ସେସନରେ ୧୨,୩୨,୧୩୧ ଜଣ ହିତାଧିକାରୀ (ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କ ପ୍ରଥମ ଡୋଜ୍)ଙ୍କ ଟିକାକରଣ କରାଯାଇଛି ଏବଂ ୨,୮୭,୮୨୧ ଜଣ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ ଦ୍ୱିତୀୟ ଡୋଜ୍ ନେଇଛନ୍ତି ।କେତେକ ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡ଼ୁ ଏବଂ ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟାର ନୂଆ ମାମଲା(୨୫,୩୨୦) ମଧ୍ୟରୁ ୮୭.୭୩% ମାମଲା ଆସିଛି ।ମହାରାଷ୍ଟ୍ରରେ ଦୈନିକ ସର୍ବାଧିକ ୧୫,୬୦୨ ମାମଲା ଆସିଛି । ଏହା ପଛକୁ କେରଳରେ ୨୦୩୫ ଏବଂ ପଞ୍ଜାବରେ ୧୫୧୦ ମାମଲା ଆସିଛି।