ଏହି ଅବସରରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ୧୦ ଗୁଣା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନିଷ୍ପତି ପ୍ରତ୍ୟ୍ରାହାର କରିବାକୁ ଦାବି କରିଛୁ । ଟ୍ୟାକ୍ସ ନଦେଲେ ଘର ସିଲ୍ କରିବାକୁ ବିଏମସି ଦେଇଥିବା ଚେତାବନୀ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସିଲ୍ ପାଇଁ ଆସିଲେ ଅଫିସରଙ୍କୁ ଘରେ ପୂରାଇ ସିଲ୍ କରିଦେବୁ । ଆଉ ସେହି ଘରେ ଲଙ୍କା ଧୂଆଁ ଦେବୁ । ସେ କହିଛନ୍ତି ବିଏମ୍ସି କମିଶନର ବହୁତ ଭଲ ଲୋକ । ଅର୍ବାନ ସେକ୍ରେଟାରୀ ଓ ମିନିଷ୍ଟର ୧୦ ଗୁଣା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରିଛନ୍ତି । ଆଉ କହୁଛନ୍ତି, ଯିଏ ଟ୍ୟାକ୍ସ ନଦେବ ଘର ସିଲ୍ କରିଦେବେ । ଯିଏ ଘର ସିଲ୍ କରିବାକୁ ଆସିବ, ତାକୁ ଘରେ ପୂରାଇ ସିଲ କରିଦେଇ ଲଙ୍କା ଧୂଆଁ ଦେବୁ ।
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଭୁବନେଶ୍ୱର ଏକ ପୁରୁଣା ସହର । ଏଠାରେ ଆଦିମକାଳରୁ ଲୋକେ ବାସ କରୁଛନ୍ତି । ଏଠି ଗରିବ, ମଧ୍ୟବିତ ଓ ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକେ ବାସ କରୁଛନ୍ତି । ଏମାନେ (ବିଏମ୍ସି କର୍ତୃପକ୍ଷ) ଜମିର ଲ୍ୟାଣ୍ଡମାର୍କ ପ୍ରାଇସ୍କୁ ହୋଲ୍ଡିଂ ଟ୍ୟାକ୍ସ ସହିତ ସାମିଲ କରିଦେଉଛନ୍ତି । ଏହା କେବଳ ଧନୀ ଲୋକଙ୍କୁ ସୁହାଉଛି । ଏହାର ଅର୍ଥ ଏ ସହରରେ ଜଣେ ଗରିବ, ମଧ୍ୟବିତ, ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକ ରହିପାରିବେ ନାହିଁ । ୧୦ ଗୁଣା ହୋଲ୍ଡିଂ ଟ୍ୟାକ୍ସ ବଢ଼ିଲେ ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର ହେବ ।