-
ବିଶ୍ୱରୁ କରୋନା ଦୂର ହେଉ ଏବଂ ଗୋମାତା ଙ୍କ ସୁରକ୍ଷା ନିମନ୍ତେ କଲେ ପ୍ରାର୍ଥନା
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ତରଫରୁ ପରମ୍ପରା ଅନୁଯାୟୀ ପାର୍ଥିବ ଶିବଲିଙ୍ଗ ପୂଜନ କରାଯାଇଛି |ପବିତ୍ର ଶିବରାତ୍ରି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପାର୍ଥିବ ଶିବଲିଙ୍ଗ ପୂଜା ଓ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଛି |ଏହି କାର୍ଯ୍ୟକ୍ରମରେ ଜ୍ୟୋତିଷ ଆଚାର୍ଯ୍ୟ ନିତ୍ୟାନନ୍ଦ କର ଓ ବଳରାମ ମିଶ୍ର ପୁରୋଧା କାର୍ଯ୍ୟ ତୁଲାଇଥିଲେ |ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ସଦସ୍ୟ ମାନେ ଏକତ୍ରିତ ହୋଇ ନିଷ୍ଠାର ସହିତ କିପରି ସାରା ବିଶ୍ୱରୁ କରୋନା ମହାମାରୀ ଦୂର ହେଉ ଏବଂ ଗୋମାତା ଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିବା ସହିତ ପୂଜା ପାଠ କରିଥିଲେ |
ପୂଜା କାର୍ଯ୍ୟରେ ଉପସ୍ଥିତ ସତସଙ୍ଗ ପରିବାରର ସଦସ୍ୟ ମାନେ ହେଲେ ଦୁର୍ଗାମଣି ପ୍ରତିହାରୀ,ରାଜଲକ୍ଷ୍ମୀ ପ୍ରତିହାରୀ,କାର୍ତ୍ତିକ ଚରଣ ପଣ୍ଡା,ସୌମ୍ୟରଂଜନ ଆଚାର୍ଯ୍ୟ,ଗଣେଶ୍ୱର ପଣ୍ଡା,ଶିବାନୀ ମୁଣ୍ଡ, ମନୋଜ କୁମାର ପଣ୍ଡା, ପିତାମ୍ବର ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ଅର୍ଚନା ପଣ୍ଡା,ହରପ୍ରସାଦ ମହାପାତ୍ର, ଦିଲ୍ଲୀପ କୁମାର ମହାନ୍ତି|
ଏହି ପୂଜା କାର୍ଯ୍ୟ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ମନ୍ତ୍ରପାଠ ପୂର୍ବକ ଅନୁଷ୍ଠିତ ହୋଇଥିଲା | ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ ଓ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୂଜା କାର୍ଯ୍ୟ ସଫଳତା ପୂର୍ବକ ସମ୍ପୂର୍ଣ୍ଣ ହୋଇଛି |