ନୂଆଦିଲ୍ଲୀ/ଭୁବନେଶ୍ୱର– ଆୟୁଷ୍ମାନ ଭାରତ ଯୋଜନା ଏକ ବଡ ସଫଳତା ହାସଲ କରିଛି । ଏହି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛିି ।
ଆୟୁଷ୍ମାନ ଭାରତର ଏକ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏକ ସୁସ୍ଥ ଭାରତ ନିର୍ମାଣ କରିବାର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଂଟ ! ଏହାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବିତ । ମାତ୍ର ଏକ ବର୍ଷ ମଧ୍ୟରେ ଆୟୁଷ୍ମାନ ଭାରତ ମାଧ୍ୟମରେ ୫୦ ଲକ୍ଷରୁ ଅଧିକ ନାଗରିକଙ୍କୁ ମାଗଣା ଚିକିତ୍ସାର ଲାଭ ମିଳିଛି । ଚିକିତ୍ସା ବ୍ୟତୀତ, ଏହି ଯୋଜନା ଅନେକ ଭାରତୀୟଙ୍କୁ ସଶକ୍ତ କରିଛି ।
ଠିକ ଏକ ବର୍ଷ ପୂର୍ବରୁ ୨୦୧୮ରେ ଶୁଭାରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ୍ୟ ବୀମା ଯୋଜନା, ଯାହାର ଉଦେ୍ଧଶ୍ୟ ହେଉଛି ଦେଶର ୧୦.୭୪ କୋଟିରୁ ଅଧିକ ଗରିବ ନାଗରିକମାନଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିବା । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ପିଏମ-ଜିଏୱାଇ) ଅନ୍ତର୍ଗତ, ୧୬,୦୮୫ ଡାକ୍ତରଖାନାକୁ ତାଲିକାଭୁକ୍ତ କରାଯାଇଛି ଏବଂ ୧୦ କୋଟିରୁ ଅଧିକ ଲୋକଙ୍କୁ ଇ-କାର୍ଡ ପ୍ରଦାନ କରାଯାଇଛି ।
ଆୟୁଷ୍ମାନ ଭାରତ ଅନ୍ତର୍ଗତ ସମଗ୍ର ଦେଶରେ ପାଖାପାଖି ୧୭,୧୫୦ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟ କରୁଛି ।