ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଲ୍ହ, ଖାସି, ସାନ୍ତାଳ, ନାଗା, ଭିଲ୍, ମୁଣ୍ଡା, ସନ୍ନ୍ୟାସୀ, ରାମୋସୀ, କିଟୁର ଆନ୍ଦୋଳନ, ଟ୍ରାଭାଙ୍କୋର ଆନ୍ଦୋଳନ, ବର୍ଦୋଳି ସତ୍ୟାଗ୍ରହ, ଚମ୍ପାରଣ ସତ୍ୟାଗ୍ରହ, ସମ୍ଭାଲପୁର, ଚୁଆର, ବୁନ୍ଦେଲ ଏବଂ କୁକା ବିଦ୍ରୋହ ଓ ଆନ୍ଦୋଳନ ଏ ସବୁ ସ୍ୱାଧୀନତା ଆନ୍ଦୋଳନକୁ ତେଜିଆନ କରିଥିଲା । ଦେଶର ପ୍ରତ୍ୟେକ ଭାଗରେ ପ୍ରତ୍ୟେକ ଅଂଚଳରେ ଏଭଳି ଅନେକ ସଂଗ୍ରାମ ମୁକ୍ତି ଆନ୍ଦୋଳନ ବହ୍ନିକୁ ତେଜିଆନ କରିବା ସହ ଲୋକଙ୍କୁ ଉଦ୍ୱୁକଦ୍ଧ କରିଥିଲା । ଶିଖ୍ଗେୁାରୁ ପରମ୍ପରା ଦେଶ, ସଂସ୍କୃତି ଓ ପରମ୍ପରା ସୁରକ୍ଷାର ଏକ ଶକ୍ତିଶାଳୀ ନିଦର୍ଶନ ଥିଲା ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶର ସାଧୁସନ୍ଥ, ସନ୍ନ୍ୟାସୀ, ମହନ୍ତ ଓ ଆଚାର୍ଯ୍ୟମାନେ ମୁକ୍ତି ଆନ୍ଦୋଳନରେ ସାମିଲ ହୋଇ ମୁକ୍ତି ସଂଗ୍ରାମର ବହ୍ନିକୁ ତେଜିଆନ କରିବାରେ ଯେଉଁ ଭୂମିକା ନିର୍ବାହ କରିଥିଲେ ଆମେ ତାହାକୁ ମନେ ରଖିବା ଉଚିତ । ସେହିମାନେ ହିଁ ଆମ ଜାତୀୟ ମୁକ୍ତି ଆନ୍ଦୋଳନର ଆଧାରଶିଳା ଥିଲେ ।
ସେ କହିଥିଲେ ଯେ ପୂର୍ବରେ ଚୈତନ୍ୟ ମହାପ୍ରଭୁ ଓ ଶ୍ରୀମନ୍ତ ଶଙ୍କରଦେବ ସମାଜକୁ ଦିଗଦର୍ଶନ ଦେବା ସହିତ ଏ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ପଶ୍ଚିମରେ ମୀରାବାଈ, ଏକନାଥ, ତୁକାରାମ, ରାମ ଦାସ ଓ ନର୍ସି ମେହେତା, ଉତ୍ତରରେ ସନ୍ଥ ରାମାନନ୍ଦ, କବିର ଦାସ, ଗୋସ୍ୱାମୀ ତୁଳସୀଦାସ, ସୂର ଦାସ, ଗୁରୁ ନାନକ ଦେବ ଓ ସନ୍ଥ ରାୟଦାସ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଦକ୍ଷିଣରେ ମଧ୍ୟ ଏ ଦାୟିତ୍ୱ ସମ୍ଭାଳିଥିଲେ ସନ୍ଥ ମାଧବାଚାର୍ଯ୍ୟ, ନିମ୍ବାର୍କଚାର୍ଯ୍ୟ ଏବଂ ରାମାନୁଜାଚାର୍ଯ୍ୟ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭକ୍ତି ଆନ୍ଦୋଳନ ସମୟରେ ମାଲିକ ମହମ୍ମଦ ଜୟେସୀ, ରସ୍ ଖାନ୍, ସୂର ଦାସ, କେଶବ ଦାସ ଓ ବିଦ୍ୟାପତି ଆଦି ସମାଜକୁ ଅନୁପ୍ରାଣିତ କରି ଏହାର ତ୍ରୁଟିକୁ ସଂଶୋଧନ କରିବା ପାଇଁ ଉଦ୍ୟମ କରିଥିଲେ । ଏହିସବୁ ବ୍ୟକ୍ତିତ୍ୱ ମୁକ୍ତି ସଂଗ୍ରାମର ସର୍ବଭାରତୀୟ ଚରିତ୍ର ପାଇଁ ଦାୟୀ । ଏହିସବୁ ନାୟକ ଓ ନାୟିକାମାନଙ୍କର ଜୀବନୀକୁ ଜନସାଧାରଣଙ୍କ ପାଖରେ ପହଂଚାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ସେମାନଙ୍କ ପ୍ରେରଣାଦାୟୀ କାହାଣୀ ଆମର ନୂଆ ପିଢିକୁ ଅମୂଲ୍ୟ ଶିକ୍ଷା ଦେବ । ଏହା ଆମ ଐକ୍ୟ ରକ୍ଷା ସହିତ ଲକ୍ଷ୍ୟ ପୂରଣରେ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।