ଆଜାଦୀକା ଅମୃତ ମହୋତ୍ସବ (ସ୍ୱାଧୀନତାର ଅମୃତ ମହୋତ୍ସବ) ଭାରତ ସରକାରଙ୍କ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଆୟୋଜିତ ହେବାକୁ ଯାଉଛି । ଏହା କ୍ରମାଗତଭାବେ ପାଳିତ ହେବ । ଏହି ମହୋତ୍ସବକୁ ଗଣଭାଗିଦାରୀଭିତିରେ ଜନଉତ୍ସବଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇଛି ।ସାବରମତୀ ଆଶ୍ରମରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ଉଦ୍ୱୋନଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୨ ଅଗଷ୍ଟ ୧୫ର ୭୫ ସପ୍ତାହ ପୂର୍ବରୁ ଆଜାଦୀକା ଅମୃତ ମହୋତ୍ସବ ଉଦ୍ଘାନଟିତ ହେବ । ଏହି କାର୍ଯ୍ୟକ୍ରମ ୨୦୨୩ ଅଗଷ୍ଟ ୧୫ ଯାଏଁ ଚାଲିବ । ଏହି ଅବସରରେ ସେ ମହାତ୍ମା ଗାନ୍ଧୀ ଓ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ୫ଟି ସ୍ତମ୍ଭ ଉପରେ ଗୁରୁତ୍ୱ ଦେଇଥିଲେ । ସେଗୁଡିକ ହେଲା ମୁକ୍ତି ସଂଗ୍ରାମ, ୭୫ ବର୍ଷ ପୂର୍ତି ଅବସରର ବିଚାର, ୭୫ ବର୍ଷର ଉପଲବ୍ଧିର, ୭୫ ବର୍ଷର କାର୍ଯ୍ୟାନୁଷ୍ଠାନ ଏବଂ ୭୫ ବର୍ଷର ସଂକଳ୍ପ । ଏହି ୫ଟି ବିଷୟକୁ ଗୁରୁତ୍ୱ ପ୍ରଦାନ କରାଯାଇ ଆମକୁ ଆଗକୁ ବଢିବାକୁ ପଡିବ ଏବଂ ଏଥିରୁ ଆମକୁ ପ୍ରେରଣା ନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଆଜାଦୀ ଅମୃତ ମହୋତ୍ସବର ଅର୍ଥ ହେଲା ସ୍ୱାଧୀନତାର ଅମୃତରୂପୀ ଉର୍ଜ୍ଜାର ଆସ୍ୱାଦନ । ଏହା ଆମ ପାଇଁ ପ୍ରେରଣାର ଉତ୍ସ ପାଲଟିବ ।ମୁକ୍ତିସଂଗ୍ରାମୀମାନଙ୍କର ଲଢେଇରୁ ଆମେ ପ୍ରେରଣା ପାଇଛୁ । ଏହା ଆମକୁ ଆମ ଆତ୍ମନିର୍ଭରତା ଲକ୍ଷ୍ୟ ପୂରଣ ପାଇଁ ନୂଆ ବିଚାର ଦେବା ସହିତ ଅମୃତସମ ଉପାଦାନ ଯୋଗାଇବ ।
ଲୁଣର ପ୍ରତୀକ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାକୁ କେବେ ମାମୁଲି ମୂଲ୍ୟ ଦୃଷ୍ଟିରୁ ଭାରତରେ ବିଚାର କରାଯାଏ ନାହିଁ । ଭାରତୀୟଙ୍କ ପାଇଁ ଲୁଣ ହେଉଛି ସାଧୁତା, ବିଶ୍ୱାସ, ଆନୁଗତ୍ୟ, ଶ୍ରମ, ସମତା ଏବଂ ଆତ୍ମନିର୍ଭରତାର ପ୍ରତୀକ । ସେ କହିଛନ୍ତି ଯେ ସେ ସମୟରେ ଲୁଣ ଥିଲା ଭାରତର ଆତ୍ମନିର୍ଭରତାର ପ୍ରତୀକ । ଭାରତୀୟ ମୂଲ୍ୟବୋଧ ସହିତ ବ୍ରିଟିଶ ଶାସକମାନେ ମଧ୍ୟ ଆତ୍ମନିର୍ଭରଶୀଳତାକୁ ଆଘାତ କରିଥିଲୋ । ଇଂଲଣ୍ଡରୁ ଆସୁଥିବା ଲୁଣ ଉପରେ ଭାରତୀୟଙ୍କୁ ନିର୍ଭର କରିବାକୁ ପଡୁଥିଲା । ଦେଶର ଏହି ନିରନ୍ତର ଯନ୍ତ୍ରଣା ଓ ଲୋକଙ୍କ ମନୋଭାବକୁ ଗାନ୍ଧିଜୀ ଭଲଭାବେ ବୁଝିପାରିଥିଲେ ଏବଂ ଏହାକୁ ପୁଞ୍ଜିକରି ସେ ଏକ ଆନ୍ଦୋଳନ ଗଢି ତୋଳିଥିଲେ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମ, ବିଦେଶରୁ ମହାତ୍ମା ଗାନ୍ଧୀଙ୍କ ପ୍ରତ୍ୟାବର୍ତନ ଓ ଦେଶବାସୀଙ୍କୁ ସତ୍ୟାଗ୍ରହର ଶକ୍ତି ସଂପର୍କରେ ଉଦ୍ୱୋନଧନ, ଲୋକମାନ୍ୟ ତିଳକଙ୍କ ଦ୍ୱାରା ସଂପୂର୍ଣ୍ଣ ସ୍ୱାଧୀନତା ଆହ୍ୱାନ, ନେତାଜୀଙ୍କ ନେତୃତ୍ୱରେ ଆଜାଦ ହିନ୍ଦ୍ ଫୌଜର ଦିଲ୍ଲୀ ଚଲୋ ଅଭିଯାନ ଆଦି ମୁକ୍ତି ସଂଗ୍ରାମ କାଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ସେ କହିଥିଲେ ଯେ ନିରନ୍ତର ସଚେତନତା ସୃଷ୍ଟି ଫଳରେ ମୁକ୍ତି ସଂଗ୍ରାମର ବହ୍ନି ଜଳିଥିଲା । ଦେଶର ପ୍ରତ୍ୟେକ ଭାଗକୁ ଏହା ବ୍ୟାପିଥିଲା । ଆମର ଆଚାର୍ୟ୍ , ଶିକ୍ଷକ, ସାଧୁସନ୍ନ୍ୟାସୀ ଦେଶବ୍ୟାପୀ ମୁକ୍ତି ଆନ୍ଦୋଳନକୁ ପ୍ରସାରିତ କରିଥିଲେ । ଚୈତନ୍ୟ ମହାପ୍ରଭୁ, ରାମକୃଷ୍ଣ ପରମହଂସ ଏବଂ ଶ୍ରୀମନ୍ତ ଶଙ୍କରଦେବଙ୍କ ଭଳି ସନ୍ନ୍ୟାସୀମାନେ ଏହି ଦେଶବ୍ୟାପୀ ମୁକ୍ତି ଆନ୍ଦୋଳନର ଆଧାରଶିଳା ପାଲଟିଥିଲେ । ଏହି ଆନ୍ଦୋଳନରେ ଅସଂଖ୍ୟ ଦଳିତ, ଆଦିବାସୀ, ମହିଳା ଓ ଯୁବକଯୁବତୀ ସାମିଲ ହୋଇ ଅଶେଷ ତ୍ୟାଗ ସ୍ୱୀକାର କରିଛନ୍ତି । ଅନେକ ମଧ୍ୟ ଅଜ୍ଞାତ ଓ ଅକୀର୍ତିତ ନାୟକଭାବେ ରହିଯାଇଛନ୍ତି । ତାମିଲନାଡୁର ୩୨ ବର୍ଷର ଯୁବକ କଥା କୁମାରନ ଦେଶର ଜାତୀୟ ପତାକାକୁ ଭୂଲୁଣ୍ଠିତ ହେବାକୁ ଦେଇ ନ ଥିଲେ । ତ୍ରିରଙ୍ଗାକୁ ଧରି ରଖିଥିବାବେଳେ ସେ ବ୍ରିଟିଶ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ । ସେହି ତାମିଲନାଡୁର ବେଲୁ ନାଚିୟାର ଦେଶର ପ୍ରଥମ ମହାରାଣୀ ଥିଲେ, ଯିଏକି ବ୍ରିଟିଶ ଶାସନ ବିରୋଧରେ ଲଢେଇ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଦେଶର ଆଦିବାସୀ ସମାଜ ଏହାର ବୀରତ୍ୱ ଓ ସାହସିକତା ବଳରେ ବିଦେଶୀ ଶାସନ ବିରୋଧରେ ଲଢେଇ ଜାରି ରଖିଥିଲା । ଝାଡଖଣ୍ଡରେ ବୀର୍ସା ମୁଣ୍ଡା ବ୍ରିିଟିଶ ଶାସନର ଦୃଢ ପ୍ରତିରୋଧ କରିଥିଲେ । ମୁର୍ମୁଭ୍ରାତା ସାନ୍ତାଳ ଆନ୍ଦୋଳନ ଗଢି ତୋଳିଥିଲେ । ଓଡିଶାରେ ଚକରା ବିଷୋୟୀ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରିଥିବାବେଳେ ଲକ୍ଷ୍ମଣ ନାଏକ ଗାନ୍ଧୀବାଦୀ ଶୈଳୀରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ସେ ବିଦେଶୀ ଶାସକଙ୍କ ବିରୋଧରେ ଲଢେଇ କରିଥିବା ଅନେକ ଅଜ୍ଞାତ ଓ ଅକୀର୍ତ୍ତିତ ଆଦିବାସୀ ନାୟକ ଓ ନାୟିକାମାନଙ୍କର ତାଲିକା ପ୍ରଦାନ କରିଥିଲେ । ଆନ୍ଧ୍ରପ୍ରଦେଶର ମାନ୍ୟମ୍ ବିରୁଧୁ ଆଲୁରି ଶିରରାମ ରାଜୁ ରମ୍ପା ଆନ୍ଦୋଳନର ନେତୃତ୍ୱ ନେଇଥିବାବେଳେ ମିଜୋରାମରେ ପସଲତା ଖୁଙ୍ଗଚେରା ବ୍ରିଟିଶ ଶାସକଙ୍କ ବିରୋଧରେ ପାହାଡି ଲଢେଇ ଲଢିଥିଲେ । ଏହାଛଡା ଆସାମ ଓ ଉତ୍ତର ପୂର୍ବାଂଚଳର ଗୋମ୍ଧକର କୱଁର, ଲଚିତ ବଡପୋଖାମ ଓ ସେରାତ ସିଂହ ଆଦିଙ୍କ ବୀରତ୍ୱର ଗାଥା ସେ ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଗୁଜରାଟର ଜମ୍ବୁଘୋଡା ଅଂଚଳର ନାୟକ ଆଦିବାସୀମାନଙ୍କ ତ୍ୟାଗକୁ ସର୍ବଦା ମନେ ରଖିବ । ସେହିଭଳି ବ୍ରିଟିଶ ବିରୋଧରେ ଲଢେଇ କରି ମଙ୍ଗାଢର ଶହ ଶହ ଆଦିବାସୀ ସହୀଦ ହୋଇଥିଲେ । ସେ କଥା ମଧ୍ୟ ଭୁଲିବାର ନୁହେଁ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୬ ବର୍ଷ ମଧ୍ୟରେ ସରକାର ଅତ୍ୟନ୍ତ ସଚେତନଭାବରେ କାର୍ଯ୍ୟକରି ଭାରତ ଇତିହାସର ଏହି ଅଧ୍ୟାୟକୁ ସଂରକ୍ଷିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ରାଜ୍ୟ ଓ ପ୍ରତ୍ୟେକ ଅଂଚଳରେ ଏହି ଉଦ୍ୟମ ଆରମ୍ଭ କରାଯାଇଛି । ଦାଣ୍ଡିଯାତ୍ରା ସହ ସଂପୃକ୍ତ ସ୍ଥାନର ପୁନରୁଦ୍ଧାର କାର୍ଯ୍ୟ ଦୁଇବର୍ଷ ପୂର୍ବରୁ ଶେଷ ହୋଇଛି । ସେହିଭଳି ଦେଶରେ ପ୍ରଥମ ସ୍ୱାଧୀନ ସରକାର ଗଠନ କରିବା ପରେ ଆଣ୍ଡାମାନର ଯେଉଁ ସ୍ଥାନରେ ନେତାଜୀ ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ସେ ସ୍ଥାନକୁ ମଧ୍ୟ ବିକଶିତ କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ସ୍ୱାଧୀନତା ସଂଗ୍ରାମ ନାମରେ ନାମିତ କରାଯାଇଛି । ବାବାସାହେବଙ୍କ ସହ ସଂଶ୍ଳିଷ୍ଟ ସ୍ଥାନଗୁଡିକୁ ପଂଚତୀର୍ଥ ନାମରେ ବିକଶିତ ହୋଇଛି । ସେହିଭଳି ଜାଲିଆଁୱାଲାବାଗ ସ୍ମାରକ ଏବଂ ପାଇକ ବିଦ୍ରୋହ ସ୍ଥଳକୁ ମଧ୍ୟ ବିକାଶ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ କରାଯାଇଛି ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଆମର କଠିନ ପରିଶ୍ରମ ଦ୍ୱାରା ଉଭୟ ଦେଶ ଓ ବିଦେଶରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିଛୁ । ଆମେ ଆମ ସମ୍ବିଧାନ ଓ ଗଣତାନ୍ତ୍ରିକ ପରମ୍ପରା ପାଇଁ ଗର୍ବିତ । ସେ କହିଛନ୍ତି ଯେ ଗଣତନ୍ତ୍ରର ଜନନୀ ଗଣତନ୍ତ୍ରକୁ ମଜଭୁତ କରି ଆଗେଇ ଚାଲିଛି । ଭାରତର ଉପଲବ୍ଧିହ ସମଗ୍ର ବିଶ୍ୱ ସମୁଦାୟକୁ ଆଶା ଓ ବିଶ୍ୱାସ ଦେଉଛି । ଭାରତର ବିକାଶ ଯାତ୍ରା ଆତ୍ମନିର୍ଭରତାରେ ବଳୀୟାନ ଏବଂ ଏହା ସମଗ୍ର ବିଶ୍ୱର ବିକାଶ ଯାତ୍ରା ପାଇଁ ଏହା ସହାୟକ ହେବ ବୋଲି ସେ କହିଛନ୍ତି ।ଆମ ମୁକ୍ତି ସଂଗ୍ରାମମାନଙ୍କର ଜୀବନୀ ଓ କାର୍ଯ୍ୟାବଳୀକୁ ଲିପିବଦ୍ଧ କରିବା ଦାୟିତ୍ୱ ଯୁବ ସମାଜ ଓ ବିଦ୍ୱାନମାନେ ନେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ଆମ ମୁକ୍ତି ସଂଗ୍ରାମର ବିଶେଷତ୍ୱକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ପାଇଁ ସେ କହିଛନ୍ତି । ସେହିଭଳି କଳା, ସାହିତ୍ୟ, ଥିଏଟର ଓ ଚଳଚ୍ଚିତ୍ର ଦୁନିଆ, ଡିଜିଟାଲ ମନୋରଂଜନ ଆଦି ବିଭିନ୍ନ କ୍ଷେତ୍ର ସହ ସଂପୃକ୍ତ ବ୍ୟକ୍ତିବିଶେଷ ଆମ ଇତିହାସର ବିଭିନ୍ନ ପର୍ଯ୍ୟାୟରେ ବିକ୍ଷିପ୍ତ ହୋଇ ପଡିଥିବା ଅନୁପମ କାହାଣୀଗୁଡିକୁ ସଂଗ୍ରହ କରି ଯଥାର୍ଥ ଢଙ୍ଗରେ ଉପସ୍ଥାପିତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ।