ଆଜି ସକାଳ ୭ଟା ସୁଦ୍ଧା ୪,୮୭,୯୧୯ ସେସନରେ ୨.୬୧ କୋଟି (୨,୬୧,୬୪,୯୨୦) ରୁ ଅଧିକ ଟିକା ଦିଆଯାଇଛି । ଏହା ମଧ୍ୟରେ ଅଛନ୍ତି ୭୨,୨୩,୦୭୧ ଏଚସିଡବ୍ଲୁ (ପ୍ରଥମ ଡୋଜ୍ ), ୪୦,୫୬,୨୮୫ (ଦ୍ୱିତୀୟ ଡୋଜ୍), ୭୧,୨୧,୧୨୪ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୬,୭୨,୭୯୪ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ରୋଗାକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବୟସର ୧୦,୩୦,୬୧୨ ହିତାଧିକାରୀ (ପ୍ରଥମ ଡୋଜ୍) ଏବଂ ୬୦ ବର୍ଷ ବୟସରୁ ଅଧିକ ୬୦,୬୧,୦୩୪ ଜଣ ହିତାଧିକାରୀ ।
ଟିକାକରଣର ୫୫ତମ ଦିବସ (୧୧ ମାର୍ଚ୍ଚ ୨୦୨୧)ରେ ୪,୮୦,୭୪୦ ଡୋଜ୍ ଟିକା ପ୍ରଦାନ କରାଯାଇଛି । ୯୭୫୧ ସେସନରେ ୪,୦୨,୧୩୮ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ (ଏଚସିଡବ୍ଲୁ ଏବଂ ଏଫଏଲଡବ୍ଲୁ) ଏବଂ ୭୮,୬୦୨ ଜଣ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଛି ।ଅନେକ ରାଜ୍ୟରେ ଗତକାଲି ଲୋକମାନେ ମହାଶିବରାତ୍ରୀ ପାଳନ କରିଛନ୍ତି । ଏହା ସରକାରୀ ଛୁଟି ଥିବା ବେଳେ ଅନେକ ଲୋକ, ବିଶେଷ କରି ଏଏନଏମ, ଆଶା ଏବଂ ମହିଳା ଟିକାପ୍ରଦାନକାରୀ କର୍ମୀ ମାନେ ଉପବାସ ମଧ୍ୟ କରିଥିଲେ । ତେଣୁ କୋଭିଡ ଟିକାକରଣ ଗତକାଲି ହ୍ରାସ ପାଇଛି ।ଦେଶରେ ଏ ପର୍ଯ୍ୟନ୍ତ ମୋଟ ୧.୦୯ କୋଟି (୧,୦୯,୫୩,୩୦୩)ରୁ ଅଧିକ ଲୋକ ସୁସ୍ଥ ହେଲେଣି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୫,୧୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।୧୦ ଫେବ୍ରୁଆରୀ ୨୦୨୧ରୁ ୧୨ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଭାରତରେ କୋଭିଡ-୧୯ର ସକ୍ରିୟ ଓ ସୁସ୍ଥ ହେବା ମାମଲାର ଧାରାକୁ ନିମ୍ନରେ ଦିଆଯାଇଥିବା ଗ୍ରାଫ ସୂଚାଉଛି । ସୁସ୍ଥ ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ଏବେ ୧.୦୭,୫୬,୦୬୬ ରେ ପହଂଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୭ ଜଣଙ୍କ ମୃତ୍ୟୁ ହୋଇଛି ।ନୂଆ ମୃତ୍ୟୁ ମଧ୍ୟରୁ ୮୨.୯୧% ହୋଇଛି ଛଅଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୫୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ବିଗତ ୨୪ ଘଣ୍ଟାରେ ପଞ୍ଜାବରେ ୧୮ ଜଣ ଏବଂ କେରଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ।ବିଗତ ୨୪ ଘଂଟାରେ ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ କୌଣସି କୋଭିଡ ମୃତ୍ୟୁ ହୋଇନାହିଁ । ଏସବୁ ରାଜ୍ୟ ହେଲା ଗୁଜରାଟ, ରାଜସ୍ଥାନ, ଚଣ୍ଡିଗଡ଼, ଓଡ଼ିଶା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପୁଡୁଚେରୀ, ଲାକ୍ଷାଦ୍ୱୀପ, ମଣିପୁର, ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗରହାବେଳି, ମିଜୋରାମ, ଲଦାଖ (କେନ୍ଦ୍ରଶାସିତ ଅଂଚଳ), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ମେଘାଳୟ, ସିକିମ, ତ୍ରିପୁରା, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ।ଦେଶରେ ବୃଦ୍ଧି ପାଉଥିବା କୋଭିଡ-୧୯ ମାମଲା ଉପରେ କେନ୍ଦ୍ର ନଜର ରଖିବା ସହ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ସହ ଆଲୋଚନା କରୁଛି ।