ସାନଖେମୁଣ୍ଡି: ଅକ୍ଟୋବର ଦୁଇ ଜାତିର ପିତା ମହାନ ପୁରୁଷ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରକୁ ସ୍ମରଣୀୟ ତଥା ଲୋକାଭିମୁଖୀ କରିବା ଉଦ୍ଦେଶ୍ୟ ନେଇ ରାଜ୍ୟ ଶାସକ ଦଳ ବିଜେଡି ସ୍ୱତନ୍ତ୍ର ଚିରାଚରିତ ଦୁଇ ମାସ ବ୍ୟାପି କାର୍ଯ୍ୟକ୍ରମର ରୂପରେଖ ଚୂଡାନ୍ତ କରିଅଛି। ଅକ୍ଟୋବର ଦୁଇ ତାରିଖରୁ ଦଳ ସଭ୍ୟ ପଞ୍ଜିକରଣ ଅଭିଯାନ ଆୟୋଜନ କରି ତାର ଚିରାଚରିତ ଜନ ସମ୍ପର୍କର ପଦଯାତ୍ରା ଆରମ୍ଭ କରିଅଛି। ଏହି କାର୍ଯ୍ୟକ୍ରମ ଅନ୍ତରାଳରେ ବିଜେଡି ତାର ସ୍ଥିତିକୁ ଉପଲବ୍ଧ କରିବା ସହ ସରକାରଙ୍କ STର ସଚେତନତା ଏବଂ ମୋ ସରକାର କାର୍ଯ୍ୟକ୍ରମର ଉପାଦେୟତାର ବାର୍ତ୍ତା ପ୍ରଚାର କରୁଥିବା ଲକ୍ଷ କରାଯାଇଅଛି। ଏହି ଅବସରରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳ ଅନ୍ତର୍ଗତ ସଦର ମହକୁମା ବ୍ଲକରେ ଗତ ଗାନ୍ଧୀ ଜୟନ୍ତୀ ଅବସରରେ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ତତ୍ୱବଧାନରେ ପାଟପୁର ଗାନ୍ଧୀ ଛକ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦ୍ୱାରା ବିଜେଡିର ସଭ୍ୟ ପଞ୍ଜିକରଣ ଅଭିଯାନ ଏବଂ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ପୂର୍ବ ପ୍ରସ୍ତୁତି ପ୍ରକାରେ ଆଜି ମଙ୍ଗଳବାର ଠାରୁ ୪ ପର୍ଯ୍ୟାୟରେ ସାନଖେମୁଣ୍ଡି ବ୍ଲକରେ ହେବାକୁ ଥିବା ପଦଯାତ୍ରାର ପ୍ରଥମ ଚରଣ ଆଜି ସୁସଙ୍ଗଠିତ ଭାବେ ସମ୍ପନ୍ନ କରିଥିବା ଜଣାଯାଇଅଛି।
ସାନଖେମୁଣ୍ଡି ବ୍ଲକର ୪ଗୋଟି ଜିଲ୍ଲା ପରିଷଦ ଆସନ ଅଞ୍ଚଳ ମଧ୍ୟରୁ ଆଜି ଯୋନ-୬୦ ଅନ୍ତର୍ଗତ ସାତପେଣ୍ଠ ଗୋପାଳପୁର ପଞ୍ଚାୟତର ସାନଖେମୁଣ୍ଡିର ପ୍ରାକ୍ତନ ରାଜଧାନୀ ପ୍ରତାପଗିରି ଗତ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଆଜି ବିଜେଡିର ପଦଯାତ୍ରା ଆରମ୍ଭ ହୋଇଅଛି। ପୂର୍ବତନ ବିଧାୟିକା ରାଜମାତା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ନେତ୍ତୃତ୍ୱରେ ବ୍ଲକ ବିଜେଡି ସଭାପତି ଶ୍ରୀ ଧୋବା ସ୍ବାଇଁ, ପୂର୍ବତନ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ, ବାବୁ ପ୍ରଧାନ, ଜିଲା ପରିଷଦ ସଭ୍ୟା ଗୋଲାପୀ ସେଠି, ସଂକର୍ଷଣ ସ୍ବାଇଁ, ସାଧାରଣ ସମ୍ପାଦକ ଅମିନ ପ୍ରଧାନ, ଗଙ୍ଗାଧର ପାତ୍ର, ଜଗନ୍ନାଥ ପାତ୍ର, ତୋଫାନ ସ୍ବାଇଁ , ସଂଗଠକ ସହଦେଵ ପ୍ରଧାନ, ରମେଶ ପାତ୍ର, ସଞ୍ଜୟ ରାଉତଙ୍କ ସମତେ ବହୁ ବିଜେଡି କର୍ମୀ ଓ କର୍ମକର୍ତା ପଦଯାତ୍ରା ଆରମ୍ଭ କରିବା ସହିତ ସାତପେଣ୍ଠ ଗୋପାଳପୁର, ରାମଚନ୍ଦ୍ରପୁର, ଜୁରା, ଗଙ୍ଗାପୁର, ଚୁଡୁଙ୍ଗପୁର, ଆମ୍ବଗାଁ ଏବଂ ମୌଳାଭଣଜା ଗ୍ରାମ ପଞ୍ଚାୟତ ସଦର ମହକୁମା ସହିତ ବହୁ ଗ୍ରାମ ପରିକ୍ରମଣ କରି ‘ନବିନଙ୍କ ସାଥେ ବିକାଶର ପଥେ’ ନାରାରେ ସାଧାରଣରେ ସଚେତନତା ସୃଷ୍ଟି କରିଥିଲେ। ପଦଯାତ୍ରା ସଭା ମାଧ୍ୟମରେ ପୂର୍ବତନ ବିଧାୟକଙ୍କ ସହିତ ଅଞ୍ଚଳ ବରିଷ୍ଠ ଦଳୀୟ କର୍ମୀ ସରକାରଙ୍କ ଆନୁସଙ୍ଗିକ ଲୋକାଭିମୁଖୀ ଯୋଜନାର ସଫଳତାର ବାର୍ତା ପ୍ରଚାର କରିବା ସହିତ ସାଧାରଣରେ ଦଳୀୟ ଭାବନାକୁ ଉଦଜୀବିତ କରିବାର ପ୍ରୟାସ କରିଥିଲେ। । ଅନୁଷ୍ଠିତ ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ଶ୍ରୀମତୀ ସଂଗୀତା ବେହେରା, ଉପଧକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ସ୍ବାଇଁ ପ୍ରମୁଖଙ୍କ ସହ ସଭାପତି ଯୋଗେନ୍ଦ୍ର ସ୍ବାଇଁ ବିଜେଡି ସରକାରରେ ଅଭିବୃଦ୍ଧି ଏବଂ ସାମ୍ବାଦିକ ସ୍ଥିରତାକୁ ନେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ।
ରିପୋର୍ଟ : ପ୍ରଫୁଲ୍ଲ ସାବତ।