କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ବ୍ଲକ ଅଧିନ ପୁରୁଷୋତମପୁର ଗ୍ରାମ ପଂଚାୟତର ଜନସାଧାରଣ ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୋଗ ମୁତାବକ ଚାଳଘର ଥିବା ଗରିବ ହିତାଧିକାରୀମାନଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ରାଶି ଯୋଗାଇ ଦେଉଥିବାବେଳେ ପୁରୁଷୋତମପୁର ଗ୍ରାମ ପଂଚାୟତରେ ହିତାଧିକାରୀ ଚୟନରେ ବ୍ୟାପକ ଅନୀୟମିତତା ଦେଖାଦେଇଛି । ଚଂଚକତା କରି ବହୁ ସ୍ୱଚ୍ଛଳ ଓ ପକ୍କାଘର ଥିବା ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଦେଖାଦେଇଛି । ଗ୍ରାମ ପଂଚାୟତ ଓ ବ୍ଲକର କର୍ମଚାରୀମାନେ ଅନୈତିକ ଭାବେ ଏଭଳି କାର୍ଯ୍ୟ କରିଥିବାରୁ ପ୍ରକୃତ ଚାଳଘର ଥିବା ଗରିବ ହିତାଧିକାରୀମାନେ ଏହି ଯୋଜନାରୁ ବାଦ୍ ପଡିଛନ୍ତି । ଏଭଳି ଅନୀୟମିତତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଂଚାୟତର ରାମ ମଳିକ, ପୂର୍ଣ୍ଣଚନ୍ଦ୍ର ସାମଲ, ମୋହନୀ ରାଉତ, ସୁଦର୍ଶନ ମଲ୍ଲିକ, ବ୍ରହ୍ମାନନ୍ଦ ମଳିକ, ଜୟନ୍ତୀ ମଳିକ, ନିରଞ୍ଜନ ସାହୁ, ରମେଶ ପ୍ରଧାନ, ଅନିଲ୍ ଦାସ ପ୍ରମୁଖ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କଠାରେ ଦାବି କରିଛନ୍ତି ।
Related Stories
November 24, 2024
November 24, 2024