ଏହି ଅବସରରେ ସ୍ୱାମୀ ଚିଦଭବାନନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ମନ, ଶରୀର, ହୃଦୟ ଓ ଆତ୍ମାରେ ସ୍ୱାମୀ ଚିଦଭାବନାନନ୍ଦଜୀ ଭାରତର ପୁନରୁତ୍ଥାନ ନିମନ୍ତେ ସଦାବେଳେ ସମର୍ପିତ ରହିଥିଲେ । ସେ କହିଲେ ଯେ ସ୍ୱାମୀ ବିବେକାନନ୍ଦୀଜୀଙ୍କ ମାନ୍ଦ୍ରାଜ ଭାଷଣ ସ୍ୱାମୀ ଚିଦଭାବନାନନ୍ଦଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ସେ ସର୍ବୋପରି ରାଷ୍ଟ୍ର ହିତ ବୋଲି ଚିନ୍ତା କରୁଥିଲେ ଏବଂ ଜନସେବାରେ ନିଜକୁ ବ୍ରତୀ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଗୋଟିଏ ପଟେ ସ୍ୱାମୀ ଚିଦଭବାନନ୍ଦ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ଅନ୍ୟ ପକ୍ଷରେ ସେ ନିଜର ଆଦର୍ଶ କର୍ମ ବଳରେ ସେ ସାରା ବିଶ୍ୱକୁ ପ୍ରେରଣା ପ୍ରଦାନ କରିଥିଲେ । ଶ୍ରୀରାମକୃଷ୍ଣ ମିଶନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜନସେବା, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଆଦର୍ଶ କର୍ମକୁ ଆଗକୁ ଆଗେଇ ନେବା ଦିଗରେ ଏହି ସଂଗଠନର ଭୂମିକା ପ୍ରଶଂସନୀୟ । ପ୍ରଧାନମନ୍ତ୍ରୀ କହିଲେ ଯେ ଗୀତାର ଅମୃତ ବାଣୀ ଏହାର ଗଭୀରତା, ବିବିଧତା ଏବଂ ସରଳତା ଯୋଗୁ ସମସ୍ତଙ୍କ ହୃଦୟକୁ ଛୁଇଁଥାଏ । ସେ କହିଲେ ଯେ ଆଚାର୍ଯ୍ୟ ବିନୋବା ଭାବେ ଗାତୀକୁ ମାତା ବୋଲି ସମ୍ବୋଧନ କରି କହିଥିଲେ ଯେ ଏହା ଏପରି ଏକ ମାତା ଯିଏ ନିଜ ପ୍ରତ୍ୟେକ ମଣିଷ ଝୁଣ୍ଟି ପଡ଼ିବା ବେଳେ ତାକୁ ନିଜ କୋଳକୁ ଆପଣାଇ ନେଇଥାଏ । ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଲୋକମାନ୍ୟ ତିଲକ, ମହକବି ସୁବ୍ରମଣ୍ୟନ୍ ଭାରତୀ ଗୀତା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ସେ କହିଲେ ଯେ ଗୀତା ଆମକୁ ଚିନ୍ତା କରିବାକୁ ପ୍ରେରିତ କରିଥାଏ, ପ୍ରଶ୍ନ କରିବାକୁ ପ୍ରେରଣା ଯୋଗାଇଥାଏ ତର୍କ କରିବାକୁ ସାହସ ଦେଇଥାଏ ଏବଂ ଆମ ମନକୁ ସଦାସର୍ବଦା ମୁକ୍ତ ରଖିଥାଏ । ସେ କହିଲେ ଯେ କୌଣସି ବ୍ୟକ୍ତ ଯିଏ ଗୀତା ଦ୍ୱାରା ଅନୁପ୍ରାଣୀତ ହୋଇଥିବା ତାଙ୍କର ପ୍ରବୃତ୍ତି ସହାନୁଭୂତିଶୀଳ ଏବଂ ଚିନ୍ତନ ଗଣତାନ୍ତ୍ରିକ ମୂଲ୍ୟବୋଧ ଦ୍ୱାରା ପ୍ରଭାବିତ ହୋଇଥିବା ସୁନିଶ୍ଚିତ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଶ୍ରୀ ମଦ୍ଭଗବଦ୍ ଗୀତା ମାନବ ସମାଜର ବିବାଦ ଏବଂ ବିଷାଦ ଅବସ୍ଥାରେ ହିଁ ଜନ୍ମ ନେଇଥିଲା ଏବଂ ସେହିଭଳି ବିବାଦ ଏବଂ ଚାଲେଞ୍ଜର କଷଟି ପଥରରେ ଏପର୍ଯ୍ୟନ୍ତ ପରଖି ହୋଇ ଆସିଛି । ସେ କହିଲେ ଯେ ଭଗବଦ୍ ଗୀତା ହେଉଛି ଦିବ୍ୟ ଚିନ୍ତନର ଗନ୍ତାଘର ଯାହା ବିଷାଦରୁ ବିଜୟ ପର୍ଯ୍ୟନ୍ତ ଯାତ୍ରାକୁ ପ୍ରତିବିମ୍ବିତ କରେ । ସେ କହିଲେ ଯେ ଶ୍ରୀମଦ ଭଗବଦ୍ ଗୀତାଯେଉଁ ପଥ ପ୍ରଦର୍ଶନ କରିଛି ତାହା ଆଜିର ଏହି କୋଭିଡ଼୍ ସହ ଲଢ଼ୁଥିବା ବିଶ୍ୱ ଓ ସମାଜ ପାଇଁ ମଧ୍ୟ ସେତିକି ପ୍ରଯୁଜ୍ୟ ରହିଛି । ସେହିଭଳି ଏହାର ସୁଦୂରପ୍ରସାରୀ ଆର୍ôଥକ ଓ ସାମାଜିକ ପ୍ରଭାବ ରହିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଲେ ଯେ ଶ୍ରୀମଦ୍ ଭଗବଦ୍ ଗୀତା ଆମକୁ ଆଜି ପୁଣି ଥରେ ଶକ୍ତି ଓ ଦିଶା ପ୍ରଦର୍ଶନ କରିବ ଆଜିର ବିଶ୍ୱ ସମାଜ ଯେଉଁସବୁ ଚାଲେଞ୍ଜର ମୁକାବିଲା କରୁଛି ସେଥିରେ ଆମକୁ ନିଶ୍ଚିତ ବିଜୟୀ କରାଇବ । ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ପିଅର୍ ରିଭ୍ୟୁ କାର୍ଡିଓଲୋଜି ଜର୍ଣ୍ଣାଲକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଲେ ଯେ କୋଭିଡ଼ ବୈଶ୍ୱିକ ମହାମାରୀ କାଳରେ ଗୀତା କେତେ ମହତ୍ତ୍ୱ ବହନ କରେ ତାହା ସେଥିରେ ବର୍ଣ୍ଣନା କରାଯାଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ ଶ୍ରମଦ୍ ଭଗବଦ୍ ଗୀତାର ମୂଳ ବାର୍ତ୍ତା ହେଉଛି କର୍ମ । କାରଣ କର୍ମ ଦ୍ୱାରା ହିଁ ଅକର୍ମକୁ ଦୂର କରାଯାଇପାରିବ । ସେହିଭଳି ସେ କହିଲେ ଯେ ଆତ୍ମନିର୍ଭର ଭାରତର ମୂଳ ଉଦ୍ଦେଶ୍ୟ ହେଉଛି କେବଳ ଆମ ପାଇଁ ନୁହେଁ ସମଗ୍ର ମାନବ ଜାତି ପାଇଁ ସମ୍ପଦ ଓ ମୂଲ୍ୟ ସୃଷ୍ଟି କରିବା । ଆମେ ବିଶ୍ୱାସ କରୁ ଯେ ଆତ୍ମନିର୍ଭର ଭାରତ ସାରା ବିଶ୍ୱ ପାଇଁ ଉପକାରସିଦ୍ଧ ହେବ । ଏହି ଅବସରରେ ସେ ସ୍ମରଣ କରାଇ ଦେଇଥିଳେ ଯେ ଆମର ବୈଜ୍ଞାନିକମାନେ କିଭଳି ନିଜର ଅକ୍ଳାନ୍ତ ଶ୍ରମ ଓ ନିଷ୍ଠା ବଳରେ କୋଭିଡ଼ ୧୯ର ପ୍ରତିଷେଧକ ଟିକା ଉଦ୍ଭାବନ କରିପାରିଛନ୍ତି ଯାହା ସମଗ୍ର ମାନବସମାଜ ନିମନ୍ତେ ଉପଶମକାରୀ ଓ ପ୍ରାଣରକ୍ଷାକାରୀ ବୋଲି ସାବ୍ୟସ୍ତ ହୋଇପାରିଛି । ଏହା ମଧ୍ୟ ଗୀତାର ମୂଳ ଭାବନା ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଜଣାଇ କହିଲେ ଯେ ଆଜିର ସମାଜ ଏବଂ ବିଶେଷ କରି ଯୁବ ସମାଜ ଶ୍ରୀମଦ୍ ଭଗବଦ୍ ଗୀତାର ଉପଦେଶ ଯାହାକି ଅତି ମାତ୍ରାରେ ବାସ୍ତବ ଏବଂ ସମସ୍ତ କର୍ମ ସହିତ ସମ୍ପର୍କିତ, ତାହାକୁ ଗ୍ରହଣ କରିବା ଉଚିତ । ଆଜିର ଦ୍ରୁତ ପ୍ରଗତିଶୀଳ ଦୁନିଆରେ ଗୀତା ଅଶାନ୍ତ ମନକୁ ଶାନ୍ତି ଓ ଆନନ୍ଦ ପ୍ରଦାନ କରିବାର ଏକ ମରୁଦ୍ଦ୍ୟାନ ସଦୃଶ ଏବଂ ଆମକୁ ପୁଣି ଥରେ କର୍ମଚଂଚଳ ହେବା ନିମନ୍ତେ ପ୍ରେରଣାର ଉତ୍ସ ବୋଲି ସେ ଦର୍ଶଇଥବଲେ । ଏହା ଆମ ସମସ୍ତଙ୍କ ମନକୁ ବିଫଳତାର ଭୟରୁ ମୁକ୍ତ କରିବ ଏବଂ କର୍ମ ଉପରେ ହିଁ ଧ୍ୟାନ କେନ୍ଦ୍ରୀତ କରିବ । ସେ କହିଲେ ଯେ ଗୀତାର ପ୍ରତ୍ୟେକ ଅଧ୍ୟାୟରେ ଆମମାନଙ୍କର ଗ୍ରହଣ କରିବାର କିଛି ନା କିଛି ଉପଦେଶ ରହିଛି ଏବଂ ଆମକୁ ଏକ ସକାରାତ୍ମକ ମନ ନେଇ ତାହାକୁ ଗ୍ରହଣ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।