-
ଆଜିଠୁ – ୩୧ରେ ବିନିୟୋଗ ବିଲ୍
ଶୁକ୍ରବାର ଦିନ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ କରାଯିବ । ମାର୍ଚ୍ଚ ୧୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ୩୧ ତାରିଖରେ ବିନିୟୋଗ ବିଲ୍ ଉପସ୍ଥାପିତ ହେବ । ସେହିପରି ଏପ୍ରିଲ ୩, ୬ ଓ ୮ ତାରିଖ ସରକାରୀ ଦିବସ ରହିଥିବା ବେଳେ ୫, ୭ ଓ ୯ ତାରିଖ ବେସରକାରୀ ଦିବସ ରହିଛି ।ଏହା ମଧ୍ୟରେ ମାର୍ଚ୍ଚ ୧୪, ୨୧, ୨୮ ଏବଂ ଏପ୍ରିଲ୍ ୪ ତାରିଖ ରବିବାର ପାଇଁ , ମାର୍ଚ୍ଚ ୨୯ ତାରିଖ ହୋଲି , ଏପ୍ରିଲ ୧ ଓ ୨ ତାରିଖ ଯଥାକ୍ରମେ ଉତ୍କଳ ଦିବସ ଓ ଗୁଡ୍ ଫ୍ରାଇଡେ ପାଇଁ ଗୃହର ବୈଠକ ବସିବ ନାହିଁ । ଏପ୍ରିଲ ୯ ତାରିଖରେ ବଜେଟ୍ ଅଧିବେଶନ ଶେଷ ହେବ ।ସୂରଚନାଯୋଗ୍ୟ ଯେ ଗତ ଫେବୃଆରୀ ୧୮ ତାରିଖ ଠାରୁ ୧୬ତମ ବିଧାନସଭାର ୩୧ ଦିନିଆ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା । ଫେବୃଆରୀ ୨୨ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ ।