ନୂଆଦିଲ୍ଲୀ/ଭୁବନେଶ୍ୱର – ଦେଶରେ ନିବେଶ ବୃଦ୍ଧି କରିବାଓ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମକୁ ସମର୍ଥନ କରିବା ଉଦେ୍ଧଶ୍ୟରେକେନ୍ଦ୍ରୀୟ ପରୋକ୍ଷଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି)ପକ୍ଷରୁ ଏକ ସଂଶୋଧିତ ଏବଂ ସୁବ୍ୟବସ୍ଥିତ ଯୋଜନା ଆରମ୍ଭ କରାଯାଇଛି । ସୀମା ଶୁଳ୍କଆଇନ ୧୯୬୨ର ବଣ୍ଡ ଯୋଜନା ଅନ୍ତର୍ଗତ ଉପôାଦନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ମାଧ୍ୟମରେ ଏହି ନୂଆ ଯୋଜନା ଲାଗୁ କରାଯିବ । ସୀମା ଶୁଳ୍କ ଆଇନ, ୧୯୬୨ର ଧାରା ୬୫ କୌଣସି ସୀମାଶୁଳ୍କ ପଣ୍ୟାଗାରରେ ଉପôାଦନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ କରିବା ଲାଗି କ୍ଷମତା ଦେଇଥାଏ ।
ସ୍ପଷ୍ଟ ଓ ପାରଦର୍ଶୀ ପ୍ରକ୍ରିୟା, ପରିଚାଳନା ସମ୍ବନ୍ଧୀୟ ଆବଶ୍ୟକତା, ଆଇସିଟି ଆଧାରିତ କାଗଜପତ୍ରପ୍ରସ୍ତୁତି ଏବଂ ହିସାବ କିତାବ ରଖିବା ବ୍ୟବସ୍ଥା ସହିତଏହି ଯୋଜନାର ଆଧୁନିକୀକରଣ କରାଯାଇଛି । ଏହାକୁ ପଣ୍ୟାଗାର (ସଂଖ୍ୟା-୨)ରେ ଉପôାଦନ ଏବଂ ଅନ୍ୟ ପରିଚାଳନା ନିୟମାବଳୀ, ୨୦୧୯ ଏବଂ ସର୍କୁଲାର ୩୪/୨୦୧୯ ଜରିଆରେ ଲାଗୁ କରାଯାଇଛି, ଯାହାକି ଅକ୍ଟୋବର ୧, ୨୦୧୯ରେ ଜାରି କରାଯାଇଥିଲା । ଏହି ଯୋଜନାରେପରିଚାଳନାରେସମାନତା ଆଣିବା ଲାଗି ଏକକ ଆବେଦନ ସହ ମଞ୍ଜୁରି ଫର୍ମ ନିର୍ଦ୍ଧାରିତ କରାଯାଇଛି । ସୀମା ଶୁଳ୍କର କ୍ଷମତାପ୍ରାପ୍ତ ଆୟୁକ୍ତ ଏପରି ୟୁନିଟର ପ୍ରତିÂା ତଥା ଏହାର ପରିଚାଳନାକୁ ନିକଟରୁଅନୁଧ୍ୟାନ କରିବା ଲାଗି ମଞ୍ଜୁରିର ଏକକ କେନ୍ଦ୍ର ବିନ୍ଦୁ ଭାବେ କାମ କରିବେ । ଏପରି କୌଣସି ଭୌଗୋଳିକ ସୀମା ନାହିଁ ଯେଉଁଠି ଏପରି ୟୁନିଟ ପ୍ରତିÂା କରାଯାଇପାରିବ ନାହିଁ । ସୀମା ଶୁଳ୍କ ସ୍ଥଗିତକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପୃକ୍ତ ୟୁନିଟ ବିଭିନ୍ନ ବସ୍ତୁ (କଂଚାମାଲ ଓ ପୁଞ୍ଜିଗତ ସାମଗ୍ରୀ)ର ଆମଦାନୀ କରିପାରିବ । ଯଦି ପ୍ରକ୍ରିୟାକୃତ ବସ୍ତୁ ରପ୍ତାନୀ କରାଯାଏ ତେବେ ସମ୍ପୃକ୍ତ ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରି ଦିଆଯାଏ । ସେହିପରି ଏହାର ଅନ୍ତର୍ଗତ କୌଣସି ସୁଧ ଦେବାକୁ ପଡିବ ନାହିଁ ଏବଂ ଉନ୍ନତ ଲିକୁ୍ୟଡିଟି ସହିତ ସମ୍ପୃକ୍ତ ୟୁନିଟ ଲାଭବାନ ହେବ । ଧାରା ୬୫ ଅଧୀନରେ ଆସୁଥିବା ୟୁନିଟରେ ଉପôାଦନ ଏବଂ ଅନ୍ୟ ପରିଚାଳନାରେ ଉପଯୋଗ ଲାଗି ଘରୋଇ ବଜାରରୁ ଜିଏସଟି ଅନୁରୂପ ବସ୍ତୁ କ୍ରୟ କରାଯାଇ ପାରେ । କାରବାରରେ ସୁଗମତା ସହିତ ସହଜ ଅନୁପାଳନ ପାଇଁ ଏକକ ଡିଜିଟାଲ ଖାତାକୁ ନିର୍ଦ୍ଧାରିତ କରାଯାଇଛି । ସିବିଆଇସି ଏହି ଯୋଜନା ବାବଦରେ ଆବଶ୍ୟକ ସୂଚନା ପ୍ରଦାନ କରିବା ତଥା ନିବେଶକଙ୍କ ସୁବିଧା ପାଇଁ ଇନଭେଷ୍ଟ ଇଣ୍ଡିଆ ସହିତ ମିଶି ଏକ ସ୍ୱତନ୍ତ୍ର ମାଇକ୍ରୋସାଇଟର ଶୁଭାରମ୍ଭ କରିଛି । ଏହା ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ସଦ୍ଭଙ୍ଖରଗ୍ଦଗ୍ଧସଦ୍ଭୟସବ.ଶକ୍ଟଙ୍ଖ.ସଦ୍ଭ/ଭକ୍ଟଦ୍ଭୟରୟ-ଜ୍ଞବଦ୍ଭଙ୍କଲବମଗ୍ଧଙ୍କrସଦ୍ଭଶ ରେ ଉପଲବ୍ଧ । ଭାରତରେ ନିବେଶ ବୃଦ୍ଧି କରିବା ତଥା ବ୍ୟବସାୟିକ ସୁଗମତା ସୁନିଶ୍ଚିତ କରିବା ଲାଗି ଏହି ଯୋଜନା ଅତ୍ୟନ୍ତ ସହାୟକ ହେବ ବୋଲି ଆଶା କରାଯାଉଛି ।
ଏହାଦ୍ୱାରା ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ, ରପ୍ତାନୀକୁ ପ୍ରୋତ୍ସାହନ ମିଳିବ, ଇଲେକ୍ଟେ୍ରାନିକ ଉପôାଦର ଆସେମ୍ବ୍ଲିଂ,ମରାମତି ଓ ନବୀକରଣ, ଅନ୍ତର୍ମୁଖୀ ଓ ବହୁମୁଖୀ କାର୍ଯ୍ୟକଳାପ ସହିତବୈଶ୍ୱିକ ଇ-କମର୍ସ କେନ୍ଦ୍ର ପ୍ରତିÂା ଲାଗି ସୁବିଧା ପ୍ରଦାନ କରିବା ସମ୍ଭବ ହୋଇପାରିବ ।