
ବ୍ରହ୍ମପୁର : ବ୍ରହ୍ମପୁର ସହରର ବଡ଼ବଜାର ଥାନା ଇଲାକାରେ ଚୋରି ହୋଇଥିବା ପ୍ରାୟ ୬କେଜି ଓଜନର ରୂପା ଅଳଙ୍କାର ପୋଲିସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ବଡ଼ବଜାର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ ମାସ ୩୦ ତାରିଖରେ ଗିରଫ ଦୃବୃତ୍ତମାନେ ବ୍ରହ୍ମପୁର ସହରର ବଡ଼ବଜ଼ାର ଥାନା ଅନ୍ତର୍ଗତ ମାଲାସାନିପେଟା ସାହିର ଶ୍ରୀ ସାଇ ଜୁଏଲେରୀ ଦୋକାନରୁ ମଧ୍ୟ ରାତ୍ରିରେ ତାଲା ଭାଙ୍ଗି ପ୍ରାୟ ୭କେଜି ଓଜନର ରୂପା ଅଳଙ୍କାର ଲୁଟି ନେଇଥିଲେ | ଏହି ଦୋକାନର ମାଲିକ ହେଉଛନ୍ତି ଏମ.ଉମାପତି ଆଚାରୀ | ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ ବଡ଼ବଜାର ଶଙ୍ଖାରୀ ସାହିର ଏସ.ଭରତ କୁମାର ଆଚାରୀ,ଖାଲାସି ସାହିର ଜି.ମୁରଲୀ ଆଚାରୀ(୩୪) ବାପା ଲକ୍ସମନ ରାଓ ଓ ପଠାନ ସାହିର ଶେଖ.ଶାକିର(୨୧) ବାପା ଶେଖ.ବାବୁ |ଶନିବାର ବଡ଼ବଜାର ଥାନା ଅଧିକାରୀ ଚୋରି ହୋଇଥିବା ରୂପା ଅଳଙ୍କାର ଭରତ କୁମାର ଆଚାରୀଙ୍କ ଘରୁ ଜବତ କରିଥିଲେ | ସେ ଏହି ରୂପା ଅଳଙ୍କାର ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଠାରୁ ପାଇଥିଲେ ବୋଲି କହିଥିଲେ | ଏହି ମାମଲାକୁ ଭିତି କରି ୪୫୭/୩୮୦ ଧାରା ଅନୁସାରେ କେଶ ନଂ ୧୪୦/୩୧/୦୮/୨୦୧୯ ରୁଜୁ କରାଯାଇ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଛି | ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଏସଡ଼ିପିଓ ଶ୍ରୀ ବିଷ୍ଣୁ ପତୀ ଏବଂ ବଡ଼ବଜାର ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି ଉପସ୍ଥିତ ଥିଲେ |