ଭୁବନେଶ୍ୱର – ଜନସାଧାରଣଙ୍କୁ ଉତମ ସେବା ପ୍ରଦାନର ବ୍ୟବସ୍ଥା- ‘ମୋ ସରକାର’ କାର୍ଯ୍ୟକ୍ରମରେ ବିଜେପି ବିଚଳିତ ହୋଇପଡ଼ିଛି । ଭାରତୀୟ ଜନତା ପାର୍ଟି ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳତାକୁ ସହି ନପାରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ନିମନ୍ତେ ଅପଚେଷ୍ଟା କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି ।
ହସ୍ପିଟାଲ ଗୁଡିକରେ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଓ ସ୍ୱଚ୍ଛତା ଅବଲମ୍ବନ କରାଯାଉଛିକି ନାହିଁ ସେସମ୍ପର୍କରେ
ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ଟେଲିଫୋନ୍ ନମ୍ବରରେ ଯୋଗାଯୋଗ କରାଯାଇ ମତାମତ ତଥା ଅଭିଯୋଗ ଗ୍ରହଣ କରାଯାଉଛି । ଏପରି ପରିଦର୍ଶନ ସମୟରେ ସମସ୍ତ ରୋଗୀମାନଙ୍କ ଠାରୁ ସକାରାତ୍ମକ ମତାମତ ଗ୍ରହଣ କରିବା ପ୍ରାୟତଃ ସମ୍ଭବ ନୁହେଁ । ‘ମୋ ସରକାର’ କାର୍ଯ୍ୟକ୍ରମ ହେଉଛି କାର୍ଯ୍ୟରତ ଡାକ୍ତର ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବ୍ୟବହାର ସଂକ୍ରାନ୍ତରେ ମତାମତ ଗ୍ରହଣ କରିବା । ଏଥିନିମନ୍ତେ ଭିତିଭୂମି କିମ୍ବା କର୍ମଚାରୀଙ୍କ ସହ କିଛି ସମ୍ପର୍କ ନଥାଇ ଏପରି ପରିଦର୍ଶନ କରାଯାଇପାରିବ ।
‘ମୋ ସରକାର’ କାର୍ଯ୍ୟକ୍ରମର ନାମକରଣ ଦ୍ୱାରା ଏହା ସୂଚୀତ ହେଉଛି ଯେ, ଏହା ମୋ ସରକାର ଏବଂ ମୁଁ ସମ୍ମାନ ଓ ସହାନୁଭୂତିର ସହ ଚିକିତ୍ସିତ ହେବା ଦରକାର । ମୋ ସରକାର ହେଉଛି ଗୋଟିଏ ମତାମତ ସଂଗ୍ରହକାରୀ ବ୍ୟବସ୍ଥା । ଏହା ସରକାରଙ୍କୁ ସଠିକ୍ ପଦକ୍ଷେପ ନେବାରେ ସହାୟକ ହୁଏ । ସରକାରୀ କାର୍ଯ୍ୟରେ କୌଣସି ପ୍ରକାର ହସ୍ତକ୍ଷେପ ନ କରିବା ନିମନ୍ତେ ଭାରତୀୟ ଜନତା ପାର୍ଟିକୁ ପରାମର୍ଶ । ମୋ ସରକାର ସମ୍ପର୍କରେ ବିଜେପି ନିକଟରେ କୌଣସି ଉତର ନାହିଁ । ନବୀନ ପଟ୍ଟନାୟକ ସରକାର ନିଜ ପ୍ରତିଶ୍ରୁତି ମୁତାବକ ଯେପରି ଜନହିତକର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ତାହାର କୌଣସି ବିକଳ୍ପ ନାହିଁ । ଏପରି କାର୍ଯ୍ୟକ୍ରମକୁ ବିଜେପି ସକାରାତ୍ମକ ଦୃଷ୍ଟିରେ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି ।