କେନ୍ଦୁଝର, କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଗାଢ଼ହାଟିଂ ଅଂଚଳରେ ଗତକାଲି ରାତିରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ପୁଅ ତାର ମାକୁ ଅତ୍ୟନ୍ତ ନୃଶଂସ ଭାବେ ଇଟାରେ ଛେଚି ହତ୍ୟା କରିଛି । ମାନସିକ ଭାରସାମ୍ୟ ହରାଇ ପୁଅ କିଶୋର ମୁଣ୍ଡା ମାଆ ସୋମବାରୀ ମୁଣ୍ଡା (୬୫ )ଙ୍କୁ ଏଭଳି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡର ସଠିକ୍ କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛି । ଗତ ୨୦୧୨ ରେ ମଧ୍ୟ କିଶୋର ତାର ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଥିଲା । ମାଆକୁ ହତ୍ୟା ମାମଲାରେ ପୋଲିସ କିଶୋରକୁ ଗିରଫ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।