-
ଭୟରେ ଗଣମାଧ୍ୟମ ର କଣ୍ଠରୋଧ କରିବାକୁ ହୀନ ପ୍ରୟାସ କୁ ଟିଟିଲାଗଡ଼ କାର୍ଯ୍ୟରତ ସାମ୍ବାଦିକ ଙ୍କ ପ୍ରତୀକାତ୍ମକ ପ୍ରତିବାଦ।
-
ଏକଛତ୍ରବାଦ ନୀତି କୁ ବିରୋଧ।
ଟିଟିଲାଗଡ଼, ଟିଟିଲାଗଡ଼ ରେ ଉପଜିଲ୍ଲାପାଳ ଭାବରେ ଦାୟିତ୍ୱ ବହନ କରିବା ଦିନ ଠାରୁ ସୋମେଶ ଉପାଧ୍ୟାୟ ଗଣାମଧ୍ୟମ କୁ ଏକ ପ୍ରକାର ଭୟ କରିବା ସହ ଅନେକ ସମୟରେ ଗଣମାଧ୍ୟମ ର କଣ୍ଠରୋଧ କରିବାକୁ ପ୍ରୟାସ କରିବା ଘଟଣାକୁ ନେଇ ଆଜି ଟିଟିଲାଗଡ଼ କାର୍ଯ୍ୟରତ ସାମ୍ବାଦିକ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଅନେକ ସମୟରେ ବିବାଦୀୟ ହୋଇ ପଡ଼ିଥିବା ବେଳେ ଏହାର ଖବର ସଂଗ୍ରହ କରୁଥିବା ସାମ୍ବାଦିକ ମାନଙ୍କ ଉପରେ ଚାପ ପକାଇବା ନେଇ ହୀନ ପ୍ରୟାସ କରି ଆସୁଥିବା ଦେଖା ଦେଇଛି। ସୋମେଶ ଉପାଧ୍ୟାୟ ଜଣେ ଯୁବ ଆଇ ଏ ଏସ ହୋଇ ଥିବା ବେଳେ ଏବଂ ପ୍ରଥମ କରି ପ୍ରଶାସନିକ ବ୍ୟବସ୍ଥା ରେ ଯୋଗ ଦେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ଭାବରେ ଯୋଗ ଦେଇ ଥିଲେ। ହେଲେ ମହାମାରୀ କରୋନା କୁ ନେଇ ସମଗ୍ର ଦେଶ ଲଢ଼ୁଥିବା ବେଳେ ଆର୍ଥିକ ଅନାଟନ ଦେଇ ଦେଶ ଏବଂ ରାଜ୍ୟ ଗତି କରିଥିଲା। ଯଦି ଓ ବର୍ତମାନ ସୁଦ୍ଧା ଆର୍ଥିକ ଅବସ୍ଥା ରେ ଘୋର ସଙ୍କଟ ଦେଖା ଦେଇଛି ଏପରି ସ୍ଥଳେ ରାଜ୍ୟ ସରାକର ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଜାରି କରିଥିଲେ ଯେ କୌଣସି ଅଧିକାରୀ ମହାମାରୀ ସମୟରେ ଘରୋଇ ଗାଡି ବ୍ୟବହାର କରି ପାରିବେ ନାହିଁ। କିଂନ୍ତୁ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଙ୍କୁ ନିଶା ଘାରିଥିଲା ସ୍କୋରପିଓ ଗାଡି ଚଢ଼ିବାର। ଉପଜିଲ୍ଲାପାଳ ଙ୍କ ଅଫିସ ରେ ପୂର୍ବରୁ ଏକ ବୋଲେରୋ ଗାଡି ନିୟମ ଅନୁଯାୟୀ ଟେଣ୍ଡର ମାଧ୍ୟମରେ ଗୋଟିଏ ଗାଡି ରହିଥିଲେ ବି ଟେଣ୍ଡର ର ଅବଧି ନ ସରୁଣୁ ଆଉ ଏକ ଘରୋଇ ଗାଡି କୁ ବେଆଇନ ଭାବରେ ଚଢିଥିବା ବେଳେ ଗୋଟିଏ ଅଧିକାରୀ ମହାମାରୀ ସମୟରେ ଦୁଇଗୋଟି ଗାଡି ବ୍ୟବହାର କରୁଥିବା ନେଇ ସାମାଜିକ ଗଣାମଧ୍ୟମ ଠୁ ନେଇ ଚା ଖଟି ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥିଲା। ଏମିତି କି କଣ୍ଟାବାଞ୍ଜି ଆର ଏମ ସି ବିଭାଗ ତରଫରୁ ଗାଡି ଟି ଲାଗିଥିବା ବେଳେ ପରେ ଘରୋଇ ଗାଡି ର ନେମ ପ୍ଲେଟ କୁ ଟ୍ୟାକ୍ସି ଗାଡି ଭାବରେ ପରିବର୍ତ୍ତନ କରାଯାଇ ଉପଜିଲ୍ଲାପାଳ ନିଜ ଉପରୁ ଦୋଷ ସବୁ ଘଣ୍ଟଘୋଡାଇବାକୁ ଉଧ୍ୟମ କରିଥିଲେ। ଏସବୁ ର ଖବର ପାଇ ଦୁଇଜଣ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକ ମାନଙ୍କ ଉପରେ ମିଥ୍ୟା କେଶ କରେଇବାକୁ ପଛେଇ ନଥିଲେ ଉପଜିଲ୍ଲାପାଳ। ଠିକ ସେହିପରି ଆଉ ଏକ ଘଟଣାରେ ମଧ୍ୟ ଜଣେ ସାମ୍ବାଦିକ କୁ ରାତ୍ରି ପର୍ଯ୍ୟନ୍ତ ଟିଟିଲାଗଡ଼ ଥାନାରେ ଅଟକ ରଖା ଯାଇଥିଲା ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ। ଯାହାକୁ ନେଇ ସେତେବେଳେ ସାମ୍ବାଦିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇ ଥିଲା। ପରେ ଅନେକ କାର୍ଯ୍ୟ ରେ ମଧ୍ୟ ବିବାଦୀୟ ହୋଇ ପଡ଼ିଥିଲେ ଉପଜିଲ୍ଲାପାଳ । ସେ ଏ ଆର ଏସ ଏସ କମ୍ପାନୀ ଉପରେ ୭ କୋଟି ଟଙ୍କା ର ଫାଇନ ହେଉ କିମ୍ବା ପରବର୍ତ୍ତୀ ସମୟରେ କମ୍ପାନୀ ର କୁଆଁରୀ ଏବଂ କ୍ରସର ଉପରେ ଚଢ଼ାଉ ହେଉ ସବୁ ଘଟଣା ରେ ଉପଜିଲ୍ଲାପାଳ ଙ୍କ ସନ୍ଦେହ ଜନକ ଭୂମିକା ରହିଛି। ଆଉ ଏହି ସବୁ ଘଟଣା ର ତଦନ୍ତ କରି ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧି ଉପରେ ଅଙ୍କୁଶ ଲଗାଇବାକୁ ହୀନ ଉଧ୍ୟମ କରୁଥିବା ଘଟଣା କୁ ନେଇ ଅନେକ ସମୟରେ ଗଣମାଧ୍ୟମ ପ୍ରତିନିଧି ଏହାର ତୀବ୍ର ବିରୋଧ କରିବା ସହ ଉପଜିଲ୍ଲାପାଳ ଙ୍କ ଏକ ଛତ୍ରବାଦ ଶାସନ କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଉପଜିଲ୍ଲାପାଳ ଙ୍କ ଏପରି କାର୍ଯ୍ୟକ୍ରମ କୁ ନେଇ ଆଜି ପ୍ରତୀକାତ୍ମକ ପ୍ରତିବାଦ କରିଛନ୍ତି ଟିଟିଲାଗଡ଼ ସାମ୍ବାଦିକ ଗଣ। ଅନେକ ସମୟରେ ଟିଟିଲାଗଡ଼ ସହର ସମସ୍ୟା କୁ ନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ମତାମତ ଲୋଡିବାକୁ ଯାଉଥିବା ସାମ୍ବାଦିକ ମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା ରେ ରଖିବା ସହ ଅନେକ ସମୟରେ ଦିନ ଦିନ ଧରି ଅପେକ୍ଷା କରେଇବା ଘଟଣାକୁ ମଧ୍ୟ ନିନ୍ଦା କରିଛି ଟିଟିଲାଗଡ଼ କାର୍ଯ୍ୟରତ ସାମ୍ବାଦିକ ଗଣ। ଆଜି ଟିଟିଲାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ରେ ଟିଟିଲାଗଡ଼ ପାନୀୟଜଳ ସମସ୍ୟା ନେଇ ଏକ ବୈଠକ ଆୟୋଜିତ ହୋଇଥିବା ବେଳେ ସହର ର ବିଭିନ୍ନ ବର୍ଗ ର ଲୋକଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଥିଲା। ହେଲେ ସହରରେ ଅନେକ ସମସ୍ୟା ରହିଥିବା ବେଳେ ପ୍ରଶାସନ ର ଅପାରଗତା ନେଇ ଅନେକ ତର୍କ ବିତର୍କ ହେବା ର ଅନେକ ସମ୍ଭାବନା ରହିଥିବା ବେଳେ ପ୍ରଶାସନ ର ତ୍ରୁଟି ପଦାକୁ ପଡିବା ର ଭୟ ରହିଥିବାରୁ ଆଜି ବୈଠକ କୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବାରଣ କରାଯିବା ନେଇ ଉପଜିଲ୍ଲାପାଳ ଙ୍କ ନିର୍ଦେଶ କୁ ଟିଟିଲାଗଡ଼ କାର୍ଯ୍ୟରତ ସାମ୍ବାଦିକ ମହଲ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ନୀରବ ପ୍ରତୀକାତ୍ମକ ପ୍ରତିବାଦ କରିଥିଲେ। ଏହି ପ୍ରତିବାଦ ରେ ଟିଟିଲାଗଡ଼ ର କର୍ତବ୍ୟରତ ସାମ୍ବାଦିକ ମାନଙ୍କ ମଧ୍ୟରେ ଅଶୋକ ତ୍ରିପାଠୀ, ସଞ୍ଜୟ ବେହେରା, ମାନସ ମହାନ୍ତି, ଶରତ ମିଶ୍ର, ଜଗଦିଶ ଜୈନ, ସତ୍ୟବ୍ରତ ପଣ୍ଡା, ଅଂକୁର ଅଗ୍ରୱାଲ, ଗୌରବ ଦର୍ଜୀ, ସୁଧୀର ସାହୁ, ସଞ୍ଜୟ ନାୟକ, ସୁନୀଲ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଉପଜିଲ୍ଲାପାଳ ଙ୍କ ଏକଛତ୍ର ବାଦ ନୀତି କୁ ନେଇ ପ୍ରତୀକାତ୍ମକ ପ୍ରତିବାଦ କରିଥିଲେ।