ଜଗନ୍ନାଥପ୍ରସାଦ(ନିର୍ଭୟ )ଆଜିକୃଷି ବିଭାଗ ଓଡିଶାଙ୍କ ନିର୍ଦେଶରେ କୃଷିରଥରପରୀକ୍ରମା ର ଆୟୋଜନ କରାଯାଇ ଥିଲା l ଏହି ଉପଲକ୍ଷେ ସ୍ତାନୀୟ ଗୋଷ୍ଟି କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏହି ରଥର ଶୁଭଆରମ୍ଭ ହୋଇଥିଲା l ଏହି ଶୁଭଆରମ୍ବ ଉତ୍ସବରେ ସ୍ତାନୀୟ ତହସିଲଦାର ମନୋଜ ତ୍ରିପାଠି, ବିଡ଼ିଓ ଅନୁପ ପଣ୍ଡା, ବ୍ଲକ ଅଧକ୍ଷା ଗୀତା ଞ୍ଜଳି ବେହେରା, ବ୍ଲକ ଉପାଧକ୍ଷ ହିମାଂଶୁ ଶେଖର ବାରିକ, ଏଡିଓ ପ୍ରଦୀପ କୁମାର ସାହୁ, ବିଏଓ କୁମୁଦ ଚନ୍ଦ୍ର ପାଢ଼ୀ, ଏଏଓ ଅଭିଜିତ ପ୍ରଧାନ, ସଂଯୁକ୍ତା ପାତ୍ର, ଏଏଚଓ ସମ୍ବିତ ଆଛାର୍ଯ୍ୟ, ଏଫ୍ଓ ସାର୍ଥକ ପ୍ରଧାନ ଯୋଗ ଦେଇଥିଲେ l ସ୍ଥାନୀୟ କୃଷି ସୂଚନା ଓ ପରାମର୍ସ କେନ୍ଦ୍ରର (ଆତ୍ମା ) ର ସଭାପତି ଅକ୍ଷୟ କୁମାର ଦଳବେହେରାଙ୍କ ସଭା ପତୀତ୍ୱ ରେ ଏହି କାର୍ଯ୍ୟକର୍ମ ଆୟୋଜିତ ହୋଇଥିଲା lଉପସ୍ଥିତ ଅତିଥି ଓ କର୍ମଚାରି ଗଣ ପତକା ଦେଖାଇ ରଥ ଗଡିବାର ଶୁଭାଆରମ୍ଭ କରିଥିଲେ ଏହି ରଥ ବ୍ଲକର ପଚିଶ ଗୋଟି ପଞ୍ଚାୟତ ପରୀକ୍ରମା କରିକୃଷକ ମାନଙ୍କୁ କୃଷି ସମ୍ବଧିୟ ସୂଚନା ପ୍ରଦାନ କରିବା ସହ ସଚେତନା ର ବାର୍ତା ବାଣ୍ଟିବ l କୃଷି ଭିତ୍ତିକ ପ୍ରଚାର ପ୍ରସାର ପାଇଁ ଏହି ରଥରେ ନରେନ୍ଦ୍ରପୁର ର ସତ୍ୟ ନାରାୟନ ପାଲା ପରିଷଦର କଳାକାର ମାନେ ଯାଇ ପ୍ରତେକ ପଞ୍ଚାୟତରେ ପାଲା ପରିବେଷଣ କରି ଚାଷୀ ମାନଙ୍କୁ କୃଷିର ବିକାଶ ପାଇଁ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇବେ l ଏହି ରଥ ଛଅ ଦିନ ଧରି ବୁଲିବ ବୋଲି ଆତ୍ମା କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି l
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋଟ