

ଭଦ୍ରକ – ଏହି ଜିଲାର ବାସୁଦେବପୁର ଓଳଗଡା ଗ୍ରାମର ନିରଂଜନ ରାଉତଙ୍କ ପୁଅ ୧୧ ତାରିଖ ଠାରୁ ନିଖୋଜ ଅଛନ୍ତି। ଖବରରୁ ଯାହା ଜଣାଯାଏ ପ୍ରାୟ ୨ ବର୍ଷ ପୂର୍ବରୁ ନିରଂଜନ ଓ ତାଙ୍କ ସ୍ତ୍ରୀ ପ୍ରଣତି ପିଲାଙ୍କ ପାଠପଢା ନିମନ୍ତେ ସୋରୋ କଲେଜ ଛକ ନିକଟରେ ଭଡାରେ ରହୁଥିଲେ। ଗତ ୧୧ ତାରିଖ ଦିନ ନିରଂଜନଙ୍କ ପୁଅ ନିର୍ମାଲ୍ୟ (୧୫) ସକାଳ ୧୦ଟାରେ ଟୁ୍ୟସନରୁ ଫେରି ଘରେ ସାଇକେଲ୍ ରଖôଦେଇ କେଉଁଠାକୁ ପଳାଇ ଯାଇଛି। ପରିବାର ପକ୍ଷରୁ ବହୁ ଖୋଜାଖୋଜି କଲାପରେ କୌଣସି ସନ୍ଧାନ ନମିଳିବାରୁ ସୋରୋ ଥାନାରେ ଏକ ରିପୋର୍ଟ କରିଛନ୍ତି ମା ପ୍ରଣତି। ଏଠାରେ ସୂଚନାେଯାଗ୍ୟ ସୋରୋ ଏସ୍.ଏନ. ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ନିର୍ମାଲ୍ୟ ଘରୁ ଯିବାବେଳେ ଧଳା ଚେକ୍ ଫୁଲସାର୍ଟ ଓ ନୀଳରଂଗର ଜିନ୍ସ ପ୍ୟା ପିନ୍ଧିଥିଲେ। ତାଙ୍କର ଉଚ୍ଚତା ୫ ଫୁଟ୍ ହୋଇଥିବାବେଳେ ରଙ୍ଗ ଶ୍ୟାମଳ ଓ ଉମ ସ୍ବାସ୍ଥ୍ୟ ଅଟେ।