

ଆଜି ଚିହ୍ନଟ ହୋଇଥିବା ୬୩ ଜଣଙ୍କ ମଧ୍ୟରୁ ୩୮ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୧୪ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ମୟୁରଭଂଜ ଜିଲ୍ଲାରେ ସବୁଠାରୁ ଅଧିକ ୧୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ ଓ ଭଦ୍ରକ, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ଜଣେ ହେଲେ କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।
କଟକ ଜିଲ୍ଲାରୁ ୧୧ ଓ ଦେବଗଡ ଜିଲ୍ଲାର ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ, ଗଜପତି ଜିଲ୍ଲାରେ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ଗଂଜାମ ଜିଲ୍ଲାରେ ୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ଯାଜପୁରରୁ ୩ ଜଣ, ଝାରସୁଗୁଡ଼ାରୁ ô୧ ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ଜିଲ୍ଲାରୁ ୨ ସଂକ୍ରମିତ ଚିହ୍ନଟ ହୋଇ ଛନ୍ତି । କନ୍ଧମାଳ, କେନ୍ଦ୍ରାପଡା ଓ କେନ୍ଦୁଝର ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ଖୋର୍ଦ୍ଧାରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ଓ ମାଲକାନଗିରି ରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।
ମୟୁରଭଂଜ ଜିଲ୍ଲାରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପ ନୟାଗଡ, ଜିଲ୍ଲାରୁ ଜଣ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ନୂଆପଡା ଜିଲ୍ଲାରୁ ୧ ସଂକ୍ରମିଚ ଚିହ୍ନଟ ହୋଇଥିବା ବେଳେ ପୁରୀ ଓ ରାୟଗଡା ଜିଲ୍ଲାରେ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ସମ୍ବଲପୁରରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ସୋନପୁର ଜିଲ୍ଲାରେ ଜଣେ ହେଲେ ଚିହ୍ନଟ ହୋଇ ନାହାନ୍ତି । ସୁନ୍ଦରଗଡ଼ରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ପୁଲ୍ରୁ ୧ ସଂକ୍ରମିତ ଚିହ୍ନଟ ହୋଇ ଛନ୍ତି ।
କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୮ ଗିରଫ, ୭୧୨ ବାହନ ଜବତ
ଭୁବନେଶ୍ୱର, ୧୧ ମାର୍ଚ – ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୮ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୭୧୨ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୦,୬୨,୪୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି ।