ସାକ୍ଷିଗୋପାଳ, ସାକ୍ଷିଗୋପାଳ କଲେଜ ଛକ ସ୍ଥିତ ବାବା କୋଶଳେଶ୍ୱରଙ୍କ ପୀଠରେ କୋଭିଡ଼୍ କଟକଣାକୁ ପାଳନ କରି ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ମୁହଁରେ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷା କରି ଭକ୍ତ ମାନେ ବାବା କୋଶଳେଶ୍ୱରଙ୍କ ଦର୍ଶନ କରୁଛନ୍ତି । ସେବାୟତ ପୂଜକ ମାନେ ବାବାଙ୍କ ସମସ୍ତ ନୀତିକାନ୍ତି ଜାରୀ ରଖିଛନ୍ତି । ସଂନ୍ଧ୍ୟା ପରେ ଭକ୍ତ ମାନେ ମନ୍ଦିର ପରିସରରେ ବସି ଜାଗର ଜାଳିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଦର୍ଶନ ଓ ପୂଜାର୍ଚ୍ଚନ କରିବା ପାଇଁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବିଶେଷ କରି ଆଖପାଖ ଅଂଚଳ ସାନକାଞ୍ଜିଆ, ବଡ଼ କାଞ୍ଜିଆ, ସାକ୍ଷିଗୋପାଳ ବଜାର, ଜୟପୁର, ମହାମାୟା ସାହି, ବିଶ୍ୱନାଥପୁର, ବାସୁକେରା, ରଙ୍ଗଣି ସାହି, ମଠ ସାହି, ବୀରଗୋବିନ୍ଦପୁର, ବିଶ୍ୱନାଥପୁର, ବାସୁଦେବପୁର ଆଦି ଅଂଚଳରୁ ଲୋକଙ୍କ ସମାଗମ ଏଠାରେ ଦେଖିବାକୁ ମିଳିଥିଲା ।