ସାକ୍ଷିଗୋପାଳ, ସାକ୍ଷିଗୋପାଳ ପଟ୍ଟନାୟିକିଆ ସ୍ଥିତ ମାଳ ବାଲୁଙ୍କେଶ୍ୱର ପୀଠରେ ଆଜି କୋଭିଡ଼୍ କଟକଣାକୁ ଅନୁପାଳନ ପୂର୍ବକ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ମୁହଁରେ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷା କରି ଭକ୍ତ ମାନେ ମହାଦେବଙ୍କ ଦର୍ଶନ କରୁଛନ୍ତି । ପାରମ୍ପରିକ ରୀତିନୀତି ଅନୁସାରେ ପୂଜକମାନେ ବାବାଙ୍କ ନୀତିକାନ୍ତି ଜାରୀ ରଖିଛନ୍ତି । ଏହି ଅବସରରେ ମନ୍ଦିର ପରିସରରେ ତିନି ଦିନ ବ୍ୟାପୀ ଆୟୋଜିତ ଯଜ୍ଞର ଆସନ୍ତାକାଲି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି । ସଂନ୍ଧ୍ୟା ପରେ ଭକ୍ତ ମାନେ ମନ୍ଦିର ପରିସରରେ ବସି ଜାଗର ଜାଳିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।