
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ମୁମ୍ମାଇ ଅହମ୍ମଦାବାଦ ହାଇ ସ୍ୱିଡ୍ ରେଳ (ଏମଏଏଚଏସଆର) ପ୍ରକଳ୍ପ ହେଉଛି ଭାରତ- ଜାପାନ ଦ୍ୱିପାକ୍ଷିକ ରଣନୀତିକ ସହଭାଗୀତାର ପ୍ରକୃଷ୍ଟ ଉଦାହରଣ ଏବଂ ଏହାର ସଫଳ ରୂପାୟନ ନେଇ ସେ ଦୃଢ଼ ଆଶା ପ୍ରକଟ କରିଥିଲେ ।
ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଅନ୍ୟାନ୍ୟ କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ଏବଂ ସହମତ ପ୍ରକଟ କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ସହଭାଗୀତା ଉଭୟଙ୍କ ପାଇଁ ଦେଖା ଦେଉଥିବା ସମାନ ଚାଲେଞ୍ଜର ମୁକାବିଲା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ପରିପ୍ରେକ୍ଷୀରେ ସେମାନେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ସମାନ ଚିନ୍ତାଧାରାରେ ବିଶ୍ୱାସୀ ଅନ୍ୟ ରାଷ୍ଟ୍ର ଯଥା ଅଷ୍ଟ୍ରେଲିଆ ଓ ଆମେରିକା କ୍ୱାଦ୍ ପରାମର୍ଶଗୋଷ୍ଠୀ ଭାବେ ମୂଲ୍ୟବୋଧ ଓ ସହମତରେ ଏଭଳି ହିତକର ଆଲୋଚନାରେ ସାମିଲ ହୋଇପାରିବେ ଏବଂ ଏଭଳି ଆଲୋଚନା ଜାରି ରହିବା ଉଚିତ ।ଉଭୟ ନେତା ୨୦୨୨ ମସିହାରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୦ତର ବାର୍ଷିକୀ ପୂରଣ ହେଉଥିବାରୁ ଏହି ଉପଲକ୍ଷେ ଏହାକୁ ଉପଯୁକ୍ତ ଭାବେ ପାଳନ କରିବା ନିମନ୍ତେ ସହମତ ପୋଷଣ କରିଥିଲେ ।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାର୍ଷିକ ଦ୍ୱିପାକ୍ଷିକ ଶିଖର ବୈଠକରେ ଯୋଗ ଦେବାକୁ ଯଥାଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ସୁଗାଙ୍କୁ ଆମନ୍ତ୍ରଣ ଜଣାଇଥିଲେ ।