ଭୁବନେଶ୍ୱର, ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲ୍ଲା ଗସ୍ତରେ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭେଟିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇ ଏକ ଭିଡିଓ ଅପଲୋଡ୍ କରାଯାଇଛି । ଉକ୍ତ ଟୁଇଟ୍ ରେ କୁହାଯାଇଛି ଯେ ନୂଆପଡ଼ା ବିକାଶ ପର୍ବରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ମୁଖ୍ୟମନ୍ତ୍ରୀ ମାର୍ଚ୍ଚ ୧୦ ତାରିଖରେ ନୂଆପଡା ଯାଇ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହି ସବୁ ପ୍ରକଳ୍ପ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ସହ ନୂଆପଡ଼ାର ବିକାଶରେ ବିଶେଷ ସହାୟକ ହେବ ବୋଲି ଟୁଇଟ୍ ରେ ଉଲ୍ଲେଖ କରାଯାଇଛି ।