
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ପୁଟୁ ଶ୍ରୀ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ କୃଷକ ମୋର୍ଚା ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ପତ୍ରୀଙ୍କ ନେତୃତ୍ୱରେ ଏକ ପଞ୍ଚlୟତ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଯୋଜନା ବାବଦରେ କର୍ମୀ ମାନଙ୍କୁ ବୁଝାଇବା ସହ ଆଞ୍ଚଳିକ ସମସ୍ୟା ଓ ଦୃର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା l ରାସନ କାର୍ଡ଼ ବାର୍ଦ୍ଧକ୍ୟ ଭତା ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ତାର ସଦୁପଯୋଗ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ l ଏହି ଅବସରରେ ଧରାକୋଟ ପଞ୍ଚlୟତର ପୂର୍ବତନ ୱାର୍ଡ ସଭ୍ୟ ହରପ୍ରସାଦ ମହାନ୍ତିଙ୍କୁ ବିଧିବଦ୍ଧ ଭାବେ ବ୍ଲକ ସଭାପତି ରୂପେ ଘୋଷଣା କରାଯାଇଥିଲା l
ଏଥିରେ ପ୍ରଦୀପ କୁମାର ମୁନି ସହଯୋଗ କରିଥିବା ବେଳେ ଲୋକନାଥ ମୁନି, ସତ୍ୟ ନାରାୟଣ ରାଉତ, ପ୍ରଶାନ୍ତ କୁମାର ସ୍ୱାଇଁ, ଭୂଷଣ ସ୍ୱାଇଁ, ଭଗବାନ ବେହେରା, ପିତାମ୍ବର ସେଠୀ, ବାସୁଦେବ ତ୍ରିପାଠୀ, କୃଷ୍ଣ ବେହେରା, ମିଟୁ ମୁନିଙ୍କ ସମେତ ବହୁ ବିଜେପି କର୍ମୀ ଓ ମହିଳା ମାନେ ଯୋଗ ଦେଇଥିଲେ l