ମାଲକାନଗିରି, ମାଲକାନଗିରି ସଦର ମହକୁମା ସ୍ଥିତ ଭାମ୍ବେ କଲୋନୀରେ ରହୁଥିବା ସହଦେବ ନାଗଙ୍କ ଝିଅ ଏଲିସା ନାଗ (୯) କୁ ମୁଟିଗୁଡା ପ୍ରାଥମିକ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପାଠ ପଢୁଥିବା ବେଳେ କଟକ ସରକାରୀ ବଡ ମେଡିକାଲରେ ତାର ଡାହାଣ ହାତ ଅସ୍ତ୍ରୋପଚାର କରାଯାଇଥିଲା । କଟକରେ ଡାକ୍ତର ୮ ତାରିଖରେ ଅପେରସନ କରିଥିଲେ, ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ପରଦିନ ସକାଳେ ତାର ମୃତ୍ୟୁ ଘଟିଥିଲା । ଆଜି ଶବକୁ ନେଇ ଭାମ୍ବେ କଲୋନୀର ଲୋକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝିଅର ଶବ ରଖି କ୍ଷତି ପୂରଣ ପାଇଁ ଦାବୀ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଭାମ୍ବେ କଲୋନୀରେ ରହୁଥିବୀ ସହଦେବ ନାଗଙ୍କ ୯ ବର୍ଷର ଝିଅ ସ୍ଥାନୀୟ କୁମୁଟି ଗୁଡା ପ୍ରାଥମିକ ସ୍କୁଲରେ ୩ୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ୨ ବର୍ଷ ତଳେ ନିଆଁରେ ଡାହାଣ ହାତଟି ପୋଡି ଯାଇ ଆଙ୍ଗୁଠି ଗୁଡିକ ବଙ୍କା ହୋଇ ପାପୁଲିରେ ସଂଲଗ୍ନ ହୋଇଥିଲା । ବାପା ସହଦେବ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇବା ପାଇଁ ମାଲକାନଗିରି ସିଡିଏମଓଙ୍କ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଝିଅ ଏଲିନାର ଡାହାଣ ହାତ ଅସ୍ତ୍ରୋପଚାର କଲେ ଠିକ ହୋଇଯିବ ବୋଲି ଡ଼ାକ୍ତର ପରାମର୍ଶ ଦେଇଥିଲେ । ଏହା ପରେ ସହଦେବ ମାଲକାନଗିରି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆର୍ଥିକ ସହାୟତା ପାଇଁ ଦ୍ବାରସ୍ଥ ହୋଇଥିଲେ । ମାତ୍ର କଟକ ସରକାରୀ ହସପିଟାଲରେ ମାଗଣାରେ ହାତଟି ଅପରସନ ହୋଇପାରିବ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇଲା ପରେ ଝିଅ ଏଲିନାକୁ ଧରି କଟକ ବଡ ମେଡିକଲକୁ ନେଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଗତ ମାର୍ଚ୍ଚ ମାସ ୧ ତାରିଖରେ ସହଦେବ ଅପରେସନ ପାଇଁ ଝିଅକୁ ଧରି କଟକ ଯାଇଥିଲେ । ଗତ ୮ ତାରିଖ ଦିନ ଏଲିନାର ହାତ ପାପୁଲିକୁ ଅପରେସନ କରାଯାଇଥିଲା । ଅପରସେନ ପରେ ବେଡକୁ ଅଣାଯାଇଥିଲା । ତେବେ ନିଶା ଇଞ୍ଜେକସନ ଦେଇ ଅପରେସନ କରାଯାଇଥିବା ବେଳେ ଝିଅଟିର ଚେତା ସକାଳ ସୁଦ୍ଧା ଫେରି ନଥିଲା । ଏବଂ ଝିଅ ଏଲିନାର ମୃତ୍ୟୁ ଘଟିଥଲା । ଆଜି ଏଲିନାର ଶବ ମାଲକାନଗିରି ପହଞ୍ଚିଲା ପରେ ସ୍ଥାନୀୟ କଲୋନୀରେ ଉତ୍ତେଜନା ଦେଖା ଦେଇଥିଲା । ଲୋକମାନେ ଏଲିନାର ଶବକୁ ଧରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି କ୍ଷତି ପୂରଣ ଦାବୀ କରିଥିଲେ । ଘଟଣାସ୍ଥଳରେ ମାଲକାନଗିରି ପୋଲିସ ଏବଂ ମାଲକାନଗିରି ତହସିଲଦାର ଗୁଣନିଧି ନାୟକ ଧାରଣାରେ ବସିଥିବା ଲୋକମାନଙ୍କୁ ବୁଝା ସୁଝା କରିଥିବା ବେଳେ ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରିବ ବୋଲି ପ୍ରକାଶ କରିଛି । ରେଡକ୍ରସ ପାଣ୍ଠିରୁ କିଛି ଅର୍ଥ ସହାୟତା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି । ତେବେ ଲୋକମାନେ ଜିଲ୍ଲାପାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣାରେ ବସିଥିବା ଜଣାପଡିଛି ।