
ପୁରୀ ,ସୋମବାର ଅପରାହ୍ନ ଘ. ୪.୦୦ ଟିକା ସମୟରେ ରତ୍ନଭଣ୍ଡାର ଖୋଲାଯାଇ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ରେ ଗଛିତ ଥିବା ନୂତନ ସ୍ବର୍ଣ୍ଣ ଓ ରୌପ୍ୟ ନିର୍ମିତ ଅଳଙ୍କାର ସହିତ ରୌପ୍ୟ ଗଡୁ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି । ମହାପ୍ରଭୁଙ୍କ ଉକ୍ତ ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ ସମ୍ପନ୍ନ ନିମନ୍ତେ ରତ୍ନଭଣ୍ଡାର ଠାରେ ଉପସ୍ଥିତ ରହିବାପାଇଁ ଶ୍ରୀଗଜପତି ମହାରାଜାଙ୍କ ପ୍ରତିନିଧି , ଶ୍ରୀ ଜନାର୍ଦନ ପାଟ ଯୋଶୀ ମହାପାତ୍ର ଭଣ୍ଡାର ନାୟକ , ରତ୍ନ ଭଣ୍ଡାର ସଵ କମିଟି ସଦସ୍ୟ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର, ଶ୍ରୀ ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ ,ଶ୍ରୀ ଅନନ୍ତ ତିଆଡି , ଶ୍ରୀ ମାଧବ ଚନ୍ଦ୍ର ମହାପାତ୍ର, ଦେଉଳ କାରଣ ଶ୍ରୀ ଚନ୍ଦ୍ର ଶେଖର ମଙ୍ଗରାଜ , ତଢୌକରଣ ଶ୍ରୀ ସୁଧାଂଶୁ ଶେଖର ପଟ୍ଟନାୟକ ଏବଂ ଶ୍ରୀ ଗଣେଶ ମେକାପ, ଭଣ୍ଡାର ମେକାପଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା । ଉକ୍ତ ଅଳଙ୍କାର ରତ୍ନଭଣ୍ଡାର କୁ ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ନାଜୀର ଖାନା strong room ର ଯାଉମୁଦ ତାଲା ପ୍ରସାଶକ ନୀତି ଶ୍ରୀ ଜିତେନ୍ଦ୍ର କୁମାର ସହୂ , ଓ.ଆଇ.ସି. ନୀତି ଶ୍ରୀ ରବୀନ୍ଦ୍ରନାଥ ଦାସ, ପ୍ରସାଶକ ,ଉନ୍ନୟନ ଶ୍ରୀ ଅଜୟ କୁମାର ଜେନା , ଶ୍ରୀ ଶୁଭ୍ରାଂଶୁ ଶେଖର ପାଢି, ସ୍ୱତନ୍ତ୍ର ପଦାଧିକାରୀ, ପ୍ରଶାସନ ସୁରକ୍ଷା, ଶ୍ରୀ ସ୍ବପନେ ସ୍ୱର ମହାପାତ୍ର , ଶ୍ରୀମନ୍ଦିର କମାଣ୍ଡର, ଶ୍ରୀ ରବି ନାରାୟଣ ମିଶ୍ର, ନାଜୀର, ଶ୍ରୀ ବିମଲ କୁମାର କାମିଲା ,ଶ୍ରୀମନ୍ଦିର ବଣିଆ, ଶ୍ରୀ ଆମର କୁମାର ମହାପାତ୍ର, ଉପସ୍ଥିତିରେ ଖୋଲାଯାଇ ଶ୍ରୀମନ୍ଦିର ରତ୍ନଭଣ୍ଡାର କୁ ସୁରକ୍ଷା ବଳୟ ମଧ୍ୟରେ ଉପରକ୍ତ ଅଧିକାରୀ
ମାନେ ସଙ୍ଗରେ ଯାଇ ସମସ୍ତଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଭଣ୍ଡାର ଘରେ ରଖା ଯିବା ପାଇଁ ଭଣ୍ଡାର ନାୟକ, ଶ୍ରୀ ପାଟ ଯୋଶୀ ମହାପାତ୍ର ,ଶ୍ରୀମନ୍ଦିର କମାଣ୍ଡର ମଣତି କରାଇ ଶ୍ରୀ ଗଣେଶ ମେକାପ, ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର ପୂର୍ବକ ଅଳଙ୍କାର ଭଣ୍ଡାର ଘରକୁ ସ୍ଥାନାନ୍ତର କାର୍ଯ୍ୟ ସମ୍ପର୍ଣ୍ଣ ହୋଇ ଭାଣ୍ଡର ଘର ବନ୍ଦ କରାଯାଇ ଥିଲା | ମହାପ୍ରଭୁଙ୍କ କେଉଁ କେଉଁ ଅଳଙ୍କାର ଭଣ୍ଡାର ଘରକୁ ସ୍ଥାନାନ୍ତର କରାଗଲା ତାହାର ଏକ ତାଲିକା ପୃଥକ ଭାବେ ସାମିଲ ହୋଇଛି |