ବାରଟି ଭାଷାରେ ହେଲ୍ପଲାଇନ ନମ୍ବର 139 ଉପଲବ୍ଧ ହେବ । ଯାତ୍ରୀମାନେ ଆଇଭିଆରଏସ (ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ ସିଷ୍ଟମ୍) ପାଇଁ ଚୟନ କରିପାରିବେ, କିମ୍ବା (ଷ୍ଟାର) * (ଆଷ୍ଟେରିସ୍କ) ଦବାଇ କଲ୍ ସେଣ୍ଟର କାର୍ଯ୍ୟନିର୍ବାହୀଙ୍କ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ । 139କୁ କଲ କରିବା ପାଇଁ ସ୍ମାର୍ଟ ଫୋନର କୌଣସି ଆବଶ୍ୟକତା ନାହିଁ, ଯଦ୍ୱାରା ସମସ୍ତ ମୋବାଇଲ୍ ବ୍ୟବହାରକାରୀ ସହଜରେ ଯୋଗାଯୋଗ ସୁବିଧା ପାରିପାରିବେ।ଏହା ଜଣାପଡ଼ିଛି ଯେ, 139 ହେଲ୍ପଲାଇନ ନମ୍ବର ଅନୁସନ୍ଧାନ ବାବଦରେ ପ୍ରତିଦିନ ହାରାହାରି 3,44,513 କଲ୍ / ଏସ୍ଏମ୍ଏସ୍ ଗ୍ରହଣ କରିଥାଏ ।
139 ହେଲ୍ପଲାଇନ (ଆଇଭିଆରଏସ)ର ମେନୁ ନିମ୍ନରେ ଦିଆଯାଇଛି:
- ସୁରକ୍ଷା ଏବଂ ଚିକିତ୍ସା ସହାୟତା ପାଇଁ ଯାତ୍ରୀଙ୍କୁ 1 (ଏକ) ଦବାଇବାକୁ ପଡିବ, ଯାହା ତୁରନ୍ତ ଏକ କଲ ସେଣ୍ଟର କାର୍ଯ୍ୟନିର୍ବାହୀଙ୍କ ସହିତ ସଂଯୋଗ ହେବ ।
- ଅନୁସନ୍ଧାନ ପାଇଁ ଯାତ୍ରୀଙ୍କୁ 2 (ଦୁଇ) ଦବାଇବାକୁ ପଡିବ ଏବଂ ସବ୍ ମେନୁରେ, ପିଏନଆର ସ୍ଥିତି, ଟ୍ରେନର ଆଗମନ / ପ୍ରସ୍ଥାନ, ରହଣି, ଭଡା ଅନୁସନ୍ଧାନ, ଟିକେଟ୍ ବୁକିଂ, ସିଷ୍ଟମ୍ ଟିକେଟ୍ ବାତିଲ୍, ଉଠିବା ପାଇଁ ଆଲାର୍ମ ଘଣ୍ଟିର ସୁବିଧା / ଗନ୍ତବ୍ୟସ୍ଥଳ ପାଇଁ ସଜାଗ, ହ୍ୟୁଇଲ ଚେୟାର ବୁକିଂ ଏବଂ ଭୋଜନ ବୁକିଂ ସମ୍ବନ୍ଧୀୟ ସୂଚନା ମିଳିପାରିବ ।
- ସାଧାରଣ ଅଭିଯୋଗ ପାଇଁ ଯାତ୍ରୀଙ୍କୁ 4 (ଚାରି) ଦବାଇବାକୁ ପଡିବ
- ଦୁର୍ନୀତି ସମ୍ବନ୍ଧୀୟ ଅଭିଯୋଗ ପାଇଁ ଯାତ୍ରୀଙ୍କୁ 5 (ପାଞ୍ଚ) ଦବାଇବାକୁ ପଡିବ
- ପାର୍ସଲ ଏବଂ ମାଲ ସମ୍ବନ୍ଧରେ ଜାଣିବା ପାଇଁ ଯାତ୍ରୀଙ୍କୁ 6 (ଛଅ) ଦବାଇବାକୁ ପଡିବ
- ଆଇଆରସିଟିସି ଚାଳିତ ରେଳ ବିଷୟରେ ଜାଣିବା ପାଇଁ ଯାତ୍ରୀଙ୍କୁ 7 (ସାତ) ଦବାଇବାକୁ ପଡିବ
- ଅଭିଯୋଗର ସ୍ଥିତି ଜାଣିବା ପାଇଁ ଯାତ୍ରୀଙ୍କୁ 9 (ନଅ) ଦବାଇବାକୁ ପଡିବ
- କଲ ସେଣ୍ଟର କାର୍ଯ୍ୟନିର୍ବାହୀଙ୍କ ସହ କଥା ହେବା ପାଇଁ ଯାତ୍ରୀଙ୍କୁ (ଷ୍ଟାର) * (ଆଷ୍ଟେରିସ୍କ) ଦବାଇବାକୁ ପଡିବ
ଯାତ୍ରୀମାନଙ୍କୁ ସଚେତନ ଏବଂ ଶିକ୍ଷା ପ୍ରଦାନ କରିବା ଲାଗି ରେଳ ମନ୍ତ୍ରଣାଳୟ ସୋସିଆଲ ମିଡିଆ ଅଭିଯାନ #OneRailOneHelpline139 ମଧ୍ୟ ଆରମ୍ଭ କରିଛି ।