

ମୋଦିଜୀଙ୍କ ନେତୃତ୍ୱରେ ଓଡିଶାର ମହିଳାଙ୍କ ବିକାଶ ପାଇଁ ପ୍ରଚୁର ମାତ୍ରାରେ ଅର୍ଥ ଆସିଛି । ବର୍ତମାନ ସୁଦ୍ଧା ଓଡିଶାରେ ୭୪ ଲକ୍ଷ ଶୌଚାଳୟ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ୨୦ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ରୋଷେଇ ଗ୍ୟାସ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଘର ପାଇଁ କେନ୍ଦ୍ର ସହାୟତା ଦେଇ ରାଜ୍ୟର ମାଁ ଓ ଭଉଣୀଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି । ସୁକନ୍ୟା ସମୃଦ୍ଧି ଯୋଜନାରେ ଓଡିଶାରେ ୯.୫୦ ଲକ୍ଷ ବ୍ୟାଂକ ଆକାଉଂଟ ଖୋଲାଯାଇଛି । ଜନଧନ ଯୋଜନା କାରଣରୁ କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଖାତାକୁ ୩୫ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ତାଙ୍କ ଆକାଉଂଟରେ ସିଧାସଳଖ ହଜାରେ ଲେଖାଏଁ ଟଙ୍କା ସହାୟତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ମହିଳାଙ୍କ ଭାଇର ଜାଗା ନେଇ ଟ୍ରିପଲ ତଲାକ ବିଲ ଆଣିଲେ । କିନ୍ତୁ ରାଜ୍ୟ ସରକାର କେବଳ ପୋଷ୍ଟର ମାରି ନିଜ ଆତ୍ମପ୍ରଚାର କରୁଛନ୍ତି । ବିଜେଡି ମହିଳାଙ୍କୁ କେବଳ ଭୋଟ ବ୍ୟାଂକ ବୋଲି ଭାବେ । କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ପ୍ରୋଗ୍ରାମ ପ୍ରଧାନମନ୍ତ୍ରୀ ଆବସ ଯୋଜନାକୁ ହଡପ୍ କରିବାର ଚକ୍ରାନ୍ତରେ ବିଫଳ ହେବା ପରେ ରାଜ୍ୟ ସରକାର ପୋଷ୍ଟରରେ ଛୋଟିଆ ଭାବେ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଲେଖିଛନ୍ତି । ଏହା ସଂପୂର୍ଣ୍ଣ ବେଆଇନ ଓ ଦଣ୍ଡନୀୟ ଅପରାଧ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି ।
ସେହିପରି ଭ୍ରଷ୍ଟାଚାର କଥା ଉଠାଇବାରୁ ମାହାଙ୍ଗାର ୪ ଜଣ ବିଜେପି କର୍ମୀଙ୍କୁ ହତ୍ୟା କଲେ । ଯଦି ମହିଳାଙ୍କ ପାଇଁ ଏତେ ଦରଦ ତାହେଲେ କାହିଁକି ସେମାନଙ୍କ ପତ୍ନୀଙ୍କୁ ବିଧବା କଲେ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି । ଓଡିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ବୋଲି କହୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିକାଶ ଜେନା, କୁଳମଣି ବରାଳ, ଦିବ୍ୟସିଂହ ବରାଳ, ପ୍ରଫୁଲ୍ଲ ବିଶ୍ୱାଳଙ୍କ ପରିବାର କଣ ତାଙ୍କ ପରିବାର ସଦସ୍ୟ ନୁହନ୍ତି କି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।
ବିଜେପି ଏକମାତ୍ର ଦଳ ଯିଏ ସେବାକାର୍ଯ୍ୟ ଉପରେ ବିଶ୍ୱାସ କରେ । ଅନ୍ୟ ସବୁ ରାଜନୈତିକ ଦଳ ଅଧିକାର ଜାହିର କରିବା ପାଇଁ ନିର୍ବାଚନ ଲଢନ୍ତି, କ୍ଷମତାକୁ ଆସିବାକୁ ଚାହାଁନ୍ତି । କିନ୍ତୁ ବିଜେପି ସେବା କରିବାକୁ କ୍ଷମତା ଚାହୁଁଛି । ଆଗାମୀ ଦିନରେ ମାହାଙ୍ଗାବାସୀ ଓ ସମଗ୍ର ଓଡିଶାବାସୀ ବିଜେପି ପ୍ରତି ଆସ୍ଥାପ୍ରକଟ କରିବା ସହ ଆଶୀର୍ବାଦ ପ୍ରଦାନ କରିବେ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ଦୃଢ ଆଶାବ୍ୟକ୍ତ କରିଛନ୍ତି ।ହଜାର ହଜାର ସଂଖ୍ୟା ମହିଳାଙ୍କ ଉପସ୍ଥିତିରେ ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶୀନି, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଶାରଦା ପ୍ରଧାନ, ମନସ୍ମିତା ଖୁଂଟିଆ, ଯାଜ୍ଞସାନୀ ଜେନା, ପ୍ରତିଭା ଶତପଥୀଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ