

Related Stories
June 22, 2025
ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନାର ଜଗନ୍ନାଥ ମନ୍ଦିର ଚେକିଂ ପଇଣ୍ଟ ରେ ଗତକାଲି ରାତିରେ ହାଇଦ୍ରାବାଦ ଯାଉଥିବା ଯାତ୍ରୀବାହୀ ବସ ଗେଲେକ୍ସି କୁ ଥାନା ଅଧିକାରୀ ଏସ.କେ.ସାହୁ ଓ ତାଙ୍କ ସହକର୍ମୀ ମାନେ ଯାଞ୍ଚ କରିବାବେଳେ ବସରୁ ୩ ୭ କେଜି ୭ 00ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ବସରୁ ଗିରଫ କରି ଥାନାକୁ ଆଣିଥିଲା!ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ମାଲକାନଗିରି ଥାନା ଅନ୍ତର୍ଗତ ଏମ୍.ଭି:- ୪୧ ଗ୍ରାମର ଅଜିତ ଡାକୁଆ (୨୭), କୋରାପୁଟ ଜିଲ୍ଲାର ଜୟପୁର ସଦରର ଜୟନଗର ଗ୍ରାମର ବସ କଣ୍ଡକ୍ଟର ଅକ୍ଷୟ ପାଢ଼ୀ (୪୩), କୋରାପୁଟ ଜିଲ୍ଲା ଜୟପୁର ଥାନା ଅନ୍ତର୍ଗତ ଡଙ୍ଗରପାଉସୀ ଗ୍ରାମ ବସ ହେଲ୍ପର ନବୀନ ଗଉଡ଼ (୨୧), ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଥାନା ର ଏମ୍.ପି.ଭି:- ୩୦ ଗ୍ରାମର ବସ ଡ୍ରାଇଭର ସୁଧନ୍ୟ ରାୟ (୩୫), ନୂଆଦିଲ୍ଲୀ ର ସୌରଭ ନଗର ସ୍ଥିତ ବଦ୍ରପୁର ର ଜୟତପୁର ଗ୍ରାମର ଅଭିଷେକ ପାଠକ (୧୭),!ଏହି ଚାଲାଣ ରେ ସମ୍ପୃକ୍ତ ଥିବା ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ଅଞ୍ଚଳର ସନ୍ତୋଷ ନାମକ ଜଣେ ଯୁବକ ଫେରାର ଥିବା ଜଣାପଡିଛି । ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ପାଖରୁ ୫ ଟି ସ୍ମାର୍ଟ ଫୋନ, ନଗଦ ୫’୫୦୦ ଟଙ୍କା ସହ ଗୋଟିଏ ଯାତ୍ରୀବାହୀ ବସ (ଗେଲେକ୍ସି ନଂ ଓଡ଼ି-୧୦-୩୧୧୧ ) କୁ ମୋଟୁ ଥାନା ଅଧିକାରୀ ଜବତ କରି U/S-20(b)(¡¡)C/25(A)/27(A)NDPS Act ରେ ଆଜି ଏକ ମାମଲା ରୁଜୁ କରିଛନ୍ତି । ଉକ୍ତ ଗଞ୍ଜେଇ ଚୋରା ଚାଲାଣରେ ଆଉ କେଉଁ କେଉଁ ଲୋକ ସମ୍ପୃକ୍ତ ଅଛନ୍ତି ତାହା ଜଣା ପଡି ନ ଥିବାରୁ ତଦନ୍ତ ଜାରି ରଖାଯାଇଛି ବୋଲି ମୋଟୁ ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି!