
ବାରିପଦା, ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଶାଳଚୁଆ ଗ୍ରାମ ସ୍ଥିତ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ସାଲଖୁ ମୁର୍ମୁ । ତାଙ୍କ ଘର ଏହି ଥାନା ଅନ୍ତର୍ଗତ କଟୁରିଆ ହାଟସାହି ଗ୍ରାମରେ ବୋଲି ଜଣାପଡିଛି । ସେ ଗତ ୫ ତାରିଖରୁ ନିଖୋଜ ଥିଲେ । ଆଜି କୂଅରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।