

ଆଜି ଚିହ୍ନଟ ହୋଇଥିବା ୫୯ ଜଣଙ୍କ ମଧ୍ୟରୁ ୩୫ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୪ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୧୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାରେ ସବୁଠାରୁ ଅଧିକ ୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ରେୁ ୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ବଲାଙ୍ଗୀର ଜିଲ୍ଲାରୁ ୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।
କଟକ ଜିଲ୍ଲାରୁ ୨ ଓ ଦେବଗଡ ଜିଲ୍ଲାର ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ଗଜପତି ଜିଲ୍ଲାରୁ ୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଂଜାମ, ଜଗତସିଂହପୁର ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ô୪ ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । କନ୍ଧମାଳ, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । କେନ୍ଦୁଝର ଜିଲ୍ଲାରୁ ୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ଓ ମାଲକାନଗିରି ରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।
ମୟୁରଭଂଜ ଜିଲ୍ଲାରୁ ୩ ଜଣ, ନବରଙ୍ଗପୁରରୁ ୧ ଡଣ , ନୟାଗଡରୁ ୩ ଜଣ ଓ ନୂଆପଡା ଜିଲ୍ଲାରୁ ୨ ଜଣ ହେଲେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ୨ ସଂକ୍ରମିତ ଚିହ୍ନଟ ହୋଇ ଛନ୍ତି । ସମ୍ବଲପୁରରୁ ୯ ଜଣ ଚିହ୍ନଟ ହୋଇଥିବା ବେଳେ ସୋନପୁର ଜିଲ୍ଲାରେ ଜଣେ ହେଲେ ଚିହ୍ନଟ ହୋଇ ନାହାନ୍ତି । ସୁନ୍ଦରଗଡ଼ରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ପୁଲ୍ରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।