-
ମାର୍ଚ୍ଚ 26ତାରିଖ ଭୁବନେଶ୍ୱର ରେ ଶ୍ରମ ଆଇନି,କୃଷି ଆଇନି ବାତିଲ ପାଇଁ ସମାବେଶ,
ଦେଶ ରେ ମୋଦୀ ସରକାର ପ୍ରଚଳିତ 44ଟି ଶ୍ରମ ଆଇନି କୁ ବଦଳେଇ ଶ୍ରମିକ ବିରୋଧୀ 4ଟି ଶ୍ରମ କୋଡ଼ ଲାଗୁ କଲେ ଫଳରେ ଠିକା ଶ୍ରମିକ ଠାରୁ ନିୟମିତ ଶ୍ରମିକ ଙ୍କ ମଜୁରୀ ଓ ସାମାଜିକ ନିରାପତ୍ତା ବିପର୍ଣ୍ଣ ହେବ |ବଡ଼ ଠିକାଦାର ଓ ପୁଞ୍ଜିପତି ଲାଭ ବାନ ହେବେ |ସରକାର ନିଯୁକ୍ତି ଦେବେନି ଆଉଟ ସୋରସିଙ୍ଗ କମ୍ପାନୀ ମାନେ ଶ୍ରମିକ ଙ୍କୁ ଶୋଷଣ କରିବେ |ସେପଟେ ତିନିଟି କଳା କୃଷି ଆଇନି ବିରୁଦ୍ଧରେ ଦିଲ୍ଲୀ ରେ 201ଦିନ ଧରି ଆନ୍ଦୋଳନ ରେ 250ଚାଷୀ ପ୍ରାଣ ବଳି ଦେଲେଣି ତଥାପି ଅହଙ୍କାରୀ କର୍ପୋରେଟ ମାର୍କା ମୋଦୀ ସରକାର ଅଦାନୀ ଓ ଅମ୍ବାନୀ ପାଇଁ ଆଇନି ପ୍ରତ୍ୟାହାର ନ କରିବା ସମ୍ପୂର୍ଣ୍ଣ ଦେଶ ବିରୋଧୀ ଓ ଜନ ବିରୋଧୀ ବୋଲି CITU ପୁରୀ ଜିଲ୍ଲା କାନଭେନସନ ରେ ପ୍ରସ୍ତାବ ପାରିତ ହୋଇଛି |ଆଜି ସ୍ଥାନୀୟ ଶରଧା ମଣ୍ଡପ ରେ ଅନୁଷ୍ଠିତ ସଭା ରେ CITU ର ରାଜ୍ୟ ସଭାପତି ଜନାର୍ଦନ ପତି ଓ ସମ୍ପାଦକ ଉଲ୍ଲାସ ସ୍ୱାଇଁ ଯୋଗ ଦେଇ ଆଗାମୀ ଦିନ ରେ କୃଷକ ଓ ଶ୍ରମିକ ମାନଙ୍କ ଐକ୍ୟ ବଦ୍ଧ ଆନ୍ଦୋଳନ ନ ହେଲେ ମୋଦୀ ସରକାର ଦେଶ ର ସମସ୍ତ ସମ୍ପଦ କୁ ଓ ଚାଷ କ୍ଷେତ୍ର କୁ ଦେଶୀ ବିଦେଶୀ କର୍ପୋରେଟ ହାତ ରେ ଟେକି ଦେବେ ବୋଲି କହିଥିଲେ |ଉକ୍ତ ସଭା ରେ ପୁରୀ ଜିଲ୍ଲା ରୁ ନିର୍ମାଣ ଶ୍ରମିକ ଓ , ମନ୍ଦିର ଠିକା କର୍ମଚାରୀ,ଭକ୍ତ ନିବାସ ଠିକା କର୍ମଚାରୀ ହୋଟେଲ କର୍ମଚାରୀ ୟୁନିଅନ, ସି. ଡି ଏ ଠିକା କର୍ମଚାରୀ ସଂଗଠନ ର ନେତୃତ୍ୱ, ପାଚିକା ସଙ୍ଘ, ମସ୍ୟଜୀବୀ ୟୁନିଅନ, ଶ୍ରୀକ୍ଷେତ୍ର ଅଟୋ ଚାଳକ ୟୁନିଅନ ର ନେତୃତ୍ୱ ଯୋଗ ଦେଇଥିଲେ |ଜିଲ୍ଲା ନେତୃତ୍ୱ ଜଗନ୍ନାଥ ଦେଓ,ଶରତ କୁମାର ରାୟଗୁରୁ, ପୀତବାସ ବେହେରା, ଭୀମ ସ୍ୱାଇଁ,ଟୁନା ନାୟକ, ବାବନ ବାରିକ, ମନୋରଞ୍ଜନ ମହାରଣା,ସ୍ମୃତି ରଞ୍ଜନ ଦାସ, କୃଷ୍ଣ ଚନ୍ଦ୍ର ଜେନା, ରଶ୍ମିତା ଗୋଛିକାର,ପୂର୍ଣ୍ଣ ଚନ୍ଦ୍ର ମୁଦୁଲି, ପରେଶ ଜାଲି,ପବିତ୍ର ଦଳାଇ, ବିଭୁତି ରାଉତରାୟ, ତନୁ ଲତା ଛୋଟୋଇ ପ୍ରମୁଖ ଶ୍ରମ କୋଡ଼ ଓ କଳା କୃଷି ଆଇନି ପ୍ରତ୍ୟାହାର ପାଇଁ ଦାବୀ କରିଥିଲେ|ଉକ୍ତ ସଭା ରେ ଶ୍ରୀକାନ୍ତ ପରିଜା ସଭାପତିତ୍ୱ କରିଥିଲେ |ଆସନ୍ତା ମାର୍ଚ୍ଚ 26ତାରିଖ ଭୁବନେଶ୍ୱର ରେ ଶ୍ରମ ଆଇନି,କୃଷି ଆଇନି ବାତିଲ ପାଇଁ ସମାବେଶ ରେ ଯୋଗ ଦେବା ପାଇଁ ନିଷ୍ପତି କରାଯାଇଛି |ଏହି ସୂଚନା ଶରତ କୁମାର ରାୟଗୁରୁ ପ୍ରଦାନ କରିଛନ୍ତି |