-
୧୯୮୪ ମସିହା ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁ ମିଳନ,
-
ପ୍ରାଙ୍ଗଣରେ ଥିବା ମହା ମନୀଷୀ ମାନଙ୍କର ମୂର୍ତ୍ତିରେ ମାଲ୍ୟାର୍ପଣ,
ପୁରୀ ଜିଲ୍ଲା ସ୍କୁଲ ୧୯୮୪ ମସିହା ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଗଠିତ ସୁନୀଲ ମିଶ୍ର ଫାଉଣ୍ଡେସନ ତରଫରୁ ୨୦୨୦ ମସିହା ମ୍ୟାଟ୍ରିକ ପରୀକ୍ଷାରେ ପୁରୀ ଜିଲ୍ଲା ସ୍କୁଲର ସର୍ବୋଚ୍ଚ ନମ୍ବର ରଖିବା ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶୁଭଲଗ୍ନ ପରିଡା, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ସୂଦୀପ୍ତା ସାହୁ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ରୋହିତ ପୃଷ୍ଟି ଙ୍କୁ ପୁରୀ ଜିଲ୍ଲା ସ୍କୁଲ ସଭା ପ୍ରାଙ୍ଗଣରେ ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଥିଲା |ଏ ବାବଦରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଫାଉଣ୍ଡେସନ ତରଫରୁ ଟ ୮,୦୦୦, ଟ ୭,000, ଓ ଟ ୬,୦୦୦ ର ଚେକ, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା | ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମତୀ ଜୋତିର୍ମୟୀ ମିଶ୍ରଙ୍କ ସଭାପତିତ୍ୱରେ, ଶିକ୍ଷକ ଓ ସ୍କୁଲ ଛାତ୍ର ଛାତ୍ରୀଙ୍କ ଗହଣରେ ସମ୍ବର୍ଦ୍ଧିତ ଛାତ୍ରମାନଙ୍କୁ ଭଲ ପାଠ ପଢିବା ସହିତ ସୁସ୍ଥ ସମାଜ ଗଠନରେ ସହାୟକ ହେବାପାଇଁ ଆହ୍ବାନ ଦିଆଯାଇଥିଲା |ସୂଚନା ଯୋଗ୍ୟ ୧୯୮୪ ମ୍ୟାଟ୍ରିକ ପରୀକ୍ଷାରେ ପୁରୀ ଜିଲ୍ଲା ସ୍କୁଲରେ ସର୍ବାଧୂକ ନମ୍ବର ରଖିଥିବା ସ୍ବର୍ଗତଃ ସୁନୀଲମିଶ୍ରଙ୍କ ସ୍ମୃତୀ ଉଦେଶ୍ୟରେ ଏହି ଫାଉଣ୍ଡେସନ ଗଠନ କରାଯାଇଅଛି | ୨୦୧୩ ମସିହାରୁ ଏହି ଫାଉଣ୍ଡେସନ ସ୍କୁଲରମେଧାବୀ ଛାତ୍ର, ଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସଂଗେ ସଂଗେ ସ୍କୁଲର ଆନୁସଙ୍ଗିକ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଅଛି |ଏହା ଦ୍ବାରା ସ୍କୁଲ ପରିବେଶରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ଏକ ପ୍ରଚେଷ୍ଟା |ଉତ୍ସବ ଆରମ୍ଭରେ ଜିଲ୍ଲା ସ୍କୁଲ ପ୍ରାଙ୍ଗଣରେ ଥିବା ମହା ମନୀଷୀ ମାନଙ୍କର ମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା |ପୂର୍ବତନ ଛାତ୍ର ଶ୍ରୀ ହରିହର ପ୍ରତିହାରୀ ତାଙ୍କ ସ୍ବାଗତ ଭାଷଣରେ ଏହି ସ୍କୁଲ ର ପୂର୍ବତନ ଛାତ୍ର ପଞ୍ଚସଖାଙ୍କଆଦର୍ଶରେ ଅନୁପ୍ରାଣିତ ହୋଇ ମାନବ ବ୍ରତୀ ହେବା ପାଇଁ ଆହ୍ବାନ କରିଥିଲେ ଓ ସୁନୀଲ ମିଶ୍ର ଫାଉଣ୍ଡେସନ
ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ |ଛାତ୍ର ମାନେ ଭବିଷ୍ୟତରେ ନିଜକୁ ଜଣେ ଗୁଣି ମଣିଷ ଭାବେ ତିଆରି କରିବାପାଇଁ ଆହ୍ବାନ ଦେଇଥିଲେ |ଏହି ଉତ୍ସବରେ ଫାଉଣ୍ଡେସନ ତରଫରୁ କୋଷାଧକ୍ଷ ଯୋଗେନ୍ଦ୍ର ନାୟକ, ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ଆଶିଷ ଚକ୍ରବର୍ତ୍ତୀ,ଅମୀୟ ମହାପାତ୍ର, ଘନଶ୍ୟାମ ସେଠି ଓ ସୁଭାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନାରେ ସହଯୋଗ କରିଥିଲେ |ସମ୍ପାଦକ ରବି ନାରାୟଣ ସାହୁ ସ୍କୁଲର ଶିକ୍ଷକ, କର୍ମଚାରୀ, ଛାତ୍ର, ସାମ୍ବାଦିକ ବନ୍ଧୁ ଓ ଫାଉଣ୍ଡେସନ ର ସଭ୍ୟ ମାନଙ୍କୁଧନ୍ୟବାଦ ଅର୍ପଣ କରିଥିଲେ, ଛାତ୍ର ମାନଙ୍କ ର ଜଳଯୋଗର ବ୍ୟବସ୍ତା ପରେ ସଭା ସଙ୍ଗ ହୋଇଥିଲା | ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇ ଭବିଷ୍ୟତର କାର୍ଯ୍ୟକ୍ରମର ଆଲୋଚନା ହୋଇଥିଲା |