
ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ଉପସଭାପତି ତଥା ଗଣମାଧ୍ୟମ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ଜୈଷ୍ଠ ଭ୍ରାତା ପୂର୍ଣ୍ଣ ଚନ୍ଦ୍ର ସାହୁ (ବୁଢ଼ା)ଙ୍କ ଦେହାନ୍ତ ଘଟିଛି ।ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ।ଗତ ଶୁକ୍ରବାର ସଂଧ୍ୟାରେ ତାଙ୍କର ବିୟୋଗ ଘଟିଥିଲା ।ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।ସେ ଜଣେ ନମ୍ର,ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଭାବରେ ବେଲଗୁଣ୍ଠାରେ ପରିଚିତ ଥିଲେ ।ବେଲଗୁଣ୍ଠା ମାଁ ବ୍ରାହ୍ମଣଦେବୀ ମନ୍ଦିର ପରିଚାଳନା କମିଟିର ଜଣେ ନିୟମିତ ସଦସ୍ୟ ରହିଆସିଥିଲେ ।ତାଙ୍କ ମୃତ୍ୟୁର ବେଲଗୁଣ୍ଠା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ କୁନୁ,ଝିଅ ସୁଇଟି,ପୁଅ ଶୁଭମ୍ ଙ୍କ ସହିତ ମାଁ, କନିଷ୍ଠ ଭ୍ରାତା ପ୍ରକାଶ,ପ୍ରଭାତ,ଦୂତୀକୃଷ୍ଣ ଓ ପରିବାର ବର୍ଗ ଉପସ୍ଥିତ ଥିଲେ ।ସାନ ଭାଇ ପ୍ରକାଶ ମୁଖାଗ୍ନି ଦେଇଥିବା ବେଳେ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ବେଲଗୁଣ୍ଠା ହାଟପଦା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ତାଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପେଣ୍ଠ ସାହିସ୍ଥିତ ବାସଭବନରେ ଶେଷ ଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇ ଶବାଧାରରେ ସାମିଲ ହୋଇଥିଲେ ।ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସହ-ସମ୍ପାଦକ ସରୋଜ ଶତପଥୀ, କୋଷାଧ୍ୟକ୍ଷ ବିଭୁପାଦ ଜେନା,ସୁରେଶ ସୁବୁଦ୍ଧି,ସନ୍ତୋଷ କୁମାର ବିଷୋୟୀ, ଜଗନ୍ନାଥ ନାୟକ,ସଚିନ୍ ପୁରୋହିତ, ବାଳକୃଷ୍ଣ ପାତ୍ର,ପଞ୍ଚାନନ ସାହୁ, ଶିବରାମ ଚୌଧୁରୀ,ଯୁବ ନେତା ସୁଶାନ୍ତ କୁମାର ବେହରା,ସଂଗଠକ ଆଲୋକ କୁମାର ସାହାଣୀ ଓ ଦିବ୍ୟ ରଞ୍ଜନ ଦାସ ,ମଧୁବୈଶ୍ୟ ସମାଜ କୁଳ ବେହେରା ସନ୍ତୋଷ କୁମାର ସାହୁ ଏବଂ ସମ୍ପାଦକ ବନବାସ ସାହୁ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହ ଗଭୀର ଶୋକବ୍ୟକ୍ତ କରିଛନ୍ତି ।