ପୁରୀ, ଶ୍ରୀମନ୍ଦିର ଭିତରେ ଥିବା ଧୁକୁଡ଼ି ଦ୍ୱାର ପଶ୍ଚିମ ପାଶ୍ୱର୍ରେ ରକ୍ତ ଛିଟା ପଡିଥିବା ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସିଥିଲା । ତେବେ ଏହା କିପରି ଓ କାହିଁକି ପଡିଲା, ସେ ସମ୍ପର୍କରେ ସଠିକ୍ ଖବର ଜଣାପଡିନାହିଁ । ଶ୍ରୀମନ୍ଦିର ନୀତି ଅନୁଯାୟୀ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଛି । ମହାସ୍ନାନ ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହୋଇଛି । ଭୋର୍ ୫ଟା ୫୦ ମିନିଟରେ ଦ୍ୱାରଫିଟା, ୬ଟା ୨୦ରେ ଭିତର ଶୋଧ, ୬ଟା ୪୫ରେ ମଙ୍ଗଳ ଆଳତୀ, ୬ଟା ୫୫ ମଇଲମ, ୮ଟା ୪୫ ରେ ବଡ଼ ମହାସ୍ନାନ ଶେଷ ହୋଇଛି । ପରେ ପରେ ସାଢ଼େ ୯ଟାରେ ଅବକାଶ ପୂଜା ଶେଷ ହୋଇଥିଲା । ୧୦ଟା ୫୦ ରେ ସୂର୍ଯ୍ୟପୂଜା, ୧୧ଟା ୫ ଦ୍ୱାରପାଳ ପୂଜା ଓ ୧୧ଟା ୩୦ ମିନିଟରେ ଗୋପାଳ ବଲ୍ଲଭ ପୂଜା ଶେଷ ହୋଇଛି । ଭକ୍ତ ମାନଙ୍କ ଦର୍ଶନ ଜାରୀ ରହିଛି ।