
ଭୁବନେଶ୍ୱର, ହିନ୍ଦୁ ଜାଗରଣ ମଂଚ, ଭୁବନେଶ୍ୱର ତରଫରୁ ଶନିବାର ଠାରୁ ଏକ ମାସ ଧରି ଭୁବନେଶ୍ୱରର ସମସ୍ତ ଅଂଚଳ ତଥା ମହାବିଦ୍ୟାଳୟ ମାନଙ୍କରେ ଏହି ଭଳି ହନୁମାନ ଚାଳିଶା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେହିପରି ଆଗାମୀ ଏପ୍ରିଲ୍ ୨୧ ତାରିଖରେ ଶ୍ରୀରାମ ନବମୀ ଶୋଭାଯାତ୍ରା ଉତ୍ସବ ଆୟୋଜିତ ହେବ ।
ଉଲ୍ଲେଖନୀୟ ଯେ ଏଥିନିମନ୍ତେ ଭୁବନେଶ୍ୱରର ୧୪୭ ଟି ବସତିର କାର୍ଯ୍ୟକର୍ତାମାନଙ୍କୁ ନେଇ ଗତ କିଛି ଦିନ ତଳେ ଗଣ୍ଡମୁଣ୍ଡା ସ୍ଥିତ ହନୁମାନ ମନ୍ଦିରରେ ଉଦଘାଟନୀ କାର୍ଯ୍ୟକ୍ରମ ତଥା ସାମୁହିକ ହନୁମାନ ଚାଳିଶା ପାଠ କରାଯାଇଥିଲା ।