ପତ୍ରରେ ଏହି ଅନୁରୋଧ ମଧ୍ୟ କରାଯାଇଛି ଯେ ଏହି ସୂଚନାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସମସ୍ତ ସମ୍ପୃକ୍ତ କର୍ତୃପକ୍ଷଙ୍କ ଅବଗତି ନିମନ୍ତେ ସୂଚୀତ କରାଯିବା ଆବଶ୍ୟକ ।
ଏହି ପତ୍ର ମାଧ୍ୟମରେ ଭାଗ-୩ ଅନ୍ତର୍ଗତ ନିୟମଗୁଡ଼ିର ବ୍ୟବସ୍ଥା ସମ୍ପର୍କରେ ପୁଣିଥରେ ସ୍ପଷ୍ଟ କରିଦିଆଯାଉଛି । ଏହା ଡିଜିଟାଲ ସମାଚାର ଏବଂ ସମ-ସାମୟିକ ପ୍ରସଙ୍ଗ ପ୍ରକାଶିତ କରୁଥିବା ପ୍ରକାଶକ ଏବଂ ଅନଲାଇନ ପ୍ରଦର୍ଶିତ ବିଷୟବସ୍ତୁ (ଓଟିଟି ପ୍ଲାଟଫର୍ମ)ର ପ୍ରକାଶକମାନଙ୍କ ସହ ଜଡ଼ିତ । ଏହି ପତ୍ରରେ କୁହାଯାଇଛି ଯେ ଏହି ନିୟମରେ ଏପରି ଆଚାର ସଂହିତା ଉପଲବ୍ଧ କରାଯାଇଛି ଯାହାକୁ ଡିଜିଟାଲ ସମାଚାର ପ୍ରକାଶକ ଏବଂ ଓଟିଟି ବିଷୟବସ୍ତୁ ପ୍ରକାଶକମାନେ ପାଳନ କରିବେ । ଏଥିରେ ବୟସ ଆଧାରିତ ପାଂଚ ପ୍ରକାରର ବର୍ଗୀକରଣ ମଧ୍ୟ ସାମିଲ ରହିଛି । ଏହାବ୍ୟତୀତ, ଏସବୁ ନିୟମ ଅନୁଯାୟୀ, ଏକ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥାର ମଧ୍ୟ ଆବଶ୍ୟକତା ରହିବ ଯେଉଁଥିରେ ପ୍ରକାଶକ (ସ୍ତର-୧), ପ୍ରକାଶକମାନଙ୍କ ଦ୍ୱାରା ଗଠିତ ସ୍ୱ-ନିୟମନ ସଂସ୍ଥା(ସ୍ତର-୨) ଏବଂ ସରକାରଙ୍କ ଅନୁଧ୍ୟାନ ବ୍ୟବସ୍ଥା (ସ୍ତର-୩) ସାମିଲ ରହିବ । ଏହାଫରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯୋଗ ସମାଧାନ ପାଇଁ ଏକ ବ୍ୟବସ୍ଥା ବିକଶିତ ହୋଇପାରିବ । ଶେଷରେ ଏହି ନିୟମଗୁଡ଼ିକ ଅନୁଯାୟୀ, ପ୍ରକାଶକମାନଙ୍କ ସରକାରଙ୍କ ସମ୍ମୁଖରେ ସୂଚନା ଉପସ୍ଥାପନ କରିବାକୁ ହେବ ଏବଂ ସାର୍ବଜନୀନ ପରିଧିରେ ଅଭିଯୋଗ ସମାଧାନ ସମ୍ପର୍କରେ ସୂଚନା ନିର୍ଦ୍ଧାରିତ ସମୟରେ ପ୍ରଦାନ କରିବାକୁ ହେବ ।
ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ ଅନ୍ତର୍ଗତ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନଗୁଡ଼ିକ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧କୁ ୨୫ ଫେବୃଆରୀ, ୨୦୨୧ରେ ଅଧିସୂଚୀତ କରାଯାଇଥିଲା ।