
-
କଟକରୁ ଭୁବନେଶ୍ୱର ସାଇକେଲ ରାଲି
-
ଏପ୍ରିଲ ୧୭ ଯାଏଁ ଚାଲିବ ରକ୍ତଦାନ ଶିବିର
ସେହିପରି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ କଟକସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିମାନ ବନ୍ଦର ସ୍ଥିତ ବିଜୁବାବୁଙ୍କ ପ୍ରତିମୁର୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ଯାତ୍ରା ଆୟୋଜିତ ହେବ । ଏହି ସାଇକେଲ ଶୋଭାଯାତ୍ରାରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ଦୁଃସାହସିକ ସାଇକେଲ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ । ଶୁକ୍ରବାର ସକାଳ ୬ଟାରେ କଟକ ଆନନ୍ଦଭବନ ଠାରୁ ଏହି ସାଇକେଲ ଯାତ୍ରା ବାହାରି ଯୋବ୍ରା ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ । ସେଠାରୁ ଶିଖରପୁର, ପ୍ରେସ୍ ଛକ , ନଖରା, ପଳାଶୁଣି, ରସୁଲଗଡ, ବାଣୀବିହାର, ରାମମନ୍ଦିର, ପ୍ରଦର୍ଶନୀ ପଡିଆ , ହାଉସିଂ ବୋର୍ଡ ଛକ , ପିଏମଜି , ଏଜି ଛକ ପରେ ଭୁବନେଶ୍ୱର ଏୟାରପୋର୍ଟରେ ପହଂଚି ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆସନ୍ତାକାଲିଠାରୁ ଅପ୍ରେଲ ୧୭ ତାରିଖ ପର୍ଯ୍ୟନ୍ତ ବିଜୁ ଯୁବଛାତ୍ରଜନତା ଦଳ ଆନୁକୁଲ୍ୟରେ ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ରକ୍ତଦାନ ଶିବିରର ଆୟୋଜନ କରାଯିବ । ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓ ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି ।