ଭୁବନେଶ୍ୱର – ବିଧାୟକ ଶ୍ରୀ ପ୍ରଦୀପ ମହାରଥୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗ୍ରନ୍ଥାଗାର କମିଟିର ଚତୁର୍ଥ ବୈଠକ ଓଡ଼ିଶା ବିଧାନସଭାର ୫୪ ନଂ ପ୍ରକୋÂରେ ଅନୁÂିତ ହୋଇଯାଇଛି ।
ଏହି ବୈଠକରେ ବିଧାନସଭା ଗ୍ରନ୍ଥାଗାର ଭବନ ନବୀକରଣ କାର୍ଯ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ କାଯର୍ୟପନ୍ଥା ନିର୍ଦ୍ଧାରଣ ସଂପର୍କରେ ଆଲୋଚନା ହୋଇଥିଲା । ପୁରୁଣା ଗ୍ରନ୍ଥାଗାରରେ ସ୍ଥାନାଭାବ ଦେଖାଦେଇଥିବାରୁ ଏହାର ସଂପ୍ରସାରଣ କରାଯିବ । ପୂର୍ତ ବିଭାଗ ଏହି ସଂପ୍ରସାରଣ କୋଠା ନିମନ୍ତେ ପ୍ରାରମ୍ଭିକ ଅଟକଳ ଦାଖଲ କରିଛି ।
ଏହି ବୈଠକରେ କମିଟିର ସଦସ୍ୟଥିବା ବିଧାୟକବିଧାୟିକା, ପୂର୍ତ ବିଭାଗ କମିଶନର ତଥା ଶାସନ ସଚିବ ଡ. କ୍ରିଷନ କୁମାର, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ମୁଖ୍ୟ ଯନ୍ତ୍ରୀ (ରାସ୍ତା) ଶ୍ରୀ ଏ. କେ. ରାୟ ଓ ବିଭାଗୀୟ ବରିÂ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।