
ଭୁବନେଶ୍ୱର, ବିଜୁ ପଟ୍ଟନାୟକ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ଓଡ଼ିଶାର ଅତୀତ ଗୌରବ ଫେରାଇ ଶିଖରରେ ପହଂଚାଇବାକୁ ବିିଜୁ ବାବୁ କାମ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।ସେ କହିଛନ୍ତି ଯେ ସେବା ଓ ସ୍ୱାଭିମାନ ତାଙ୍କ ଲକ୍ଷ୍ୟ ଥିଲା । ଯାହା ବିଜେଡିର ଲକ୍ଷ୍ୟ । ତେଣୁ ଓଡ଼ିଶାବାସୀଙ୍କ ପ୍ରିୟ ଦଳ ଅଛି ଓ ରହିବ । ଗାଁ କଚା ଘର ପକା ହେଉଛି, ପାଣି, ବିଜୁଳି ରେ ଘର ଉଜ୍ଜ୍ୱଳ ଦିଶୁଛି । ସେତେବେଳେ ତା ମୁହଁରେ ହସ ଆସୁଛି । ଏହା ଆମ ପାଇଁ ବଡ଼ ପୁରସ୍କାର । ମାଆ ଯେବେ ପଂଚୟତ ଘରେ ବସି ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ମା ଯେବେ ଋଣ ଆଣି ବେପାର କରି ତା ପରିବାର ସମୃଦ୍ଧି ଆଣିଛି, ସେଠାରେ ବିକାଶର ଚିତ୍ର ଉଜ୍ଜ୍ୱଳ ଦିଶୁଛି । ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ସୁଯୋଗ ସୃଷ୍ଟି ହେଉଛି । ଯୁବ ସମାଜ ସ୍ୱପ୍ନ ସାକାର ହେଉଛି । ବିଜୁ ବାବୁଙ୍କ ଆଦର୍ଶ ଓ ଚିନ୍ତାରେପରିପ୍ରକାଶ ହେଉଛି । ଆହୁରି ବାଟ ଆଗକୁ ଯିବାକୁ ଅଛି । ହେଲେ ଆହୁରି ଅଧିକ କା କରିବାକୁ ହେବ । ଆସନ୍ତୁ ମିଳିମିଶି ତାଙ୍କ ମାର୍ଗରେ ସେବା କରିବାକୁ ସଂକଳ୍ପ ନେବା । ଓଡ଼ିଶା ସ୍ୱାଭିମାନ ପାଇଁ କାମ କରିବା ବୋଲି ସେ ଆହ୍ୱାନ ଜଣାଇଛନ୍ତିା