

Related Stories
April 20, 2025
ରାଜଗାଙ୍ଗପୁର : ସୁନ୍ଦରଗଡ ଜିଲ୍ଲାରେ ବରିଷ୍ଠ ନାଗରିକଙ୍କୁ କରୋନା ଟୀକା କରଣ ଶୁଭାରମ୍ଭ କରିଥିଲେ । ପରେ ଆଜି ରାଜଗାଙ୍ଗପୁର ରେ କୋଭିଡ଼ି ଟୀକାକରଣ କାର୍ଯ୍ୟକ୍ରମ ଶୁଭଆରମ୍ଭ କରାଯାଇଛି।ଏହି ଟୀକାକରଣ ରେ ୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂଏକାଧିକ ରୋଗ ଗ୍ରସ୍ତଥିବା ୪୫ବର୍ଷରୁ ୫୯ବର୍ଷ ବୟସ୍କ ବ୍ୟକ୍ତି ମାନେ ରୋଗ ଗ୍ରସ୍ତ ପ୍ରମାଣ ପତ୍ର ଦାଖଲ କରି ଏହି ଟୀକା କାରଣ ରେ ସାମିଲ କରାଯାଇଛି।ରାଜଗାଙ୍ଗପୁର ସରକାରୀସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଟୀକାକରଣ ଦିଆଯାଉଛି ।ପ୍ରସାଶନ ପକ୍ଷରୁ ବ୍ୟାପକ ସୁବ୍ୟବସ୍ଥା କରିଛନ୍ତି।ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆଶକର୍ମୀ ମାନେ ଘର ଘର ବୁଲି ବରିଷ୍ଠ ନାଗରିକ ଙ୍କୁ ଚିହ୍ନଟ କରିବା ସହରେଜିଷ୍ଟେସନ କରାଇ ଟିକାଦାନ ବ୍ୟବସ୍ଥା ରେ ସହଯୋଗ କରିବାପାଇଁ ଘୋଷଣା କରିଥିଲେ କିନ୍ତୁ କୌଣସି ଆଶା କର୍ମୀଙ୍କ ଦେଖିବାକୁ ମିଳି ନଥିଲା। ବରିଷ୍ଠ ନାଗରିକ ମାନେ ନିଜେ ଯାଇ ଡ଼ାକ୍ତରଖାନାରେ Co.win 2o ପ୍ରୋର୍ଟେଲ ରେ ରେଜିଷ୍ଟେସନ କରି ଟୀକା ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା।